Get Updates
Get notified of breaking news, exclusive insights, and must-see stories!

ହାଇକୋର୍ଟଙ୍କ ଆଦେଶ : ଯେ କୌଣସି ପରିସ୍ଥିତିରେ ଆଜି ଦିଲ୍ଲୀକୁ 490 MT ଅମ୍ଳଜାନ ଯୋଗାଇବ କେନ୍ଦ୍ର, ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ

ଯାହା ବି ହେଇଯାଉ ଆଜି 490MT ଅକ୍ସିଜେନ୍ ପହଞ୍ଚିବା ଦରକାର । ଯଦି ନିର୍ଦ୍ଦେଶ ପାଳନ ନହୁଏ ତାହେଲେ ଏହାକୁ ଅଦାଲତ ଅବମାନନା ବୋଲି ବିଚାର କରାଯିବ । ନିର୍ଦ୍ଦେଶ କାର୍ଯ୍ୟକାରୀ ନହେଲେ DPIIT ସଚିବଙ୍କୁ ଆଗାମୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ ପଡିବ ।

ନୂଆଦିଲ୍ଲୀ : ଅମ୍ଳଜାନର ଅଭାବର ସମ୍ମୁଖୀନ ହେଉଥିବା ଦିଲ୍ଲୀର ଡାକ୍ତରଖାନାଗୁଡ଼ିକର ଆବେଦନ ନେଇ ଆଜି ମଧ୍ୟ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ବାତ୍ରା ହସ୍ପିଟାଲ କୋର୍ଟକୁ କହିଛି ଯେ ବର୍ତ୍ତମାନ ସେମାନଙ୍କ ପାଖରେ ବହୁତ୍ କମ୍ ଅମ୍ଳଜାନ ରହିଛି, ଏହି ସମୟ ମଧ୍ୟରେ ଶନିବାର ଦିନ ଖବର ଆସିଥିଲା ​​ଯେ ଅକ୍ସିଜେନ୍ ଅଭାବରୁ ଡାକ୍ତରଙ୍କ ସମେତ 8 ଜଣଙ୍କର ମୃତ୍ୟୁ ହୋଇଛି । କ୍ରମାଗତ ଭାବେ ଦିଲ୍ଲୀରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟାକୁ ନେଇ ଦୁଃଖ ପ୍ରକାଶ କରିବା ସହ କୌଣସି ପରିସ୍ଥିତିରେ ଦିଲ୍ଲୀର ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Delhi-High-Court

ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ବେଞ୍ଚକୁ ବାତ୍ରା ହସ୍ପିଟାଲ୍ କହିଛି ଯେ, ସେମାନଙ୍କୁ ଠିକ୍ ସମୟରେ ଅମ୍ଳଜାନ ପାରୁନାହାଁନ୍ତି । ଶନିବାର ଦିନ ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ବାତ୍ରା ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଆମେ ଠିକ୍ ସମୟରେ ଅମ୍ଳଜାନ ପାଇପାରୁ ନାହୁଁ, ମଧ୍ୟାହ୍ନ 12 ଟା ସୁଦ୍ଧା ଅମ୍ଳଜାନ ଶେଷ ହୋଇଯାଇଥିଲା ଏବଂ ଦେଢ ଘଣ୍ଟା ପରେ ଯୋଗାଣ ପାଇଥିଲୁ, ଏହି ବିଳମ୍ବ ହେତୁ ଆମେ ଆମର ଜଣେ ଡାକ୍ତରଙ୍କ ସମେତ 8 ଜଣ ରୋଗୀଙ୍କୁ ହରାଇଲୁ ।

ଏହି ପୂରା ଘଟଣାକୁ ନେଇ ଦିଲ୍ଲୀ ସରକାର କୋର୍ଟକୁ କହିଛନ୍ତି ଯେ ଦିଲ୍ଲୀରେ ଅକ୍ସିଜେନ୍ ଟ୍ୟାଙ୍କରକୁ ପ୍ରାଥମିକତା ଦିଆଯାଉନାହିଁ । ଯେଉଁଥିପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି । ଏହା ମଧ୍ୟରେ ବିରାଟ ଗୁପ୍ତା ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ 120 ରାଜନୈତିକ ଦଳ ଅକ୍ସିଜେନର କଳାବଜାରୀରେ ଲାଗିଛନ୍ତି ।

ଯାହା ପରେ ହାଇକୋର୍ଟ କହିଛନ୍ତି, ଯାହା ବି ହେଇଯାଉ ଆଜି 490MT ଅକ୍ସିଜେନ୍ ପହଞ୍ଚିବା ଦରକାର । ଯଦି ନିର୍ଦ୍ଦେଶ ପାଳନ ନହୁଏ ତାହେଲେ ଏହାକୁ ଅଦାଲତ ଅବମାନନା ବୋଲି ବିଚାର କରାଯିବ । ନିର୍ଦ୍ଦେଶ କାର୍ଯ୍ୟକାରୀ ନହେଲେ DPIIT ସଚିବଙ୍କୁ ଆଗାମୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+