ସାରା ଦେଶରେ ପ୍ରଚଣ୍ଡ ତାତି, ଅନେକ ରାଜ୍ୟରେ 40 ଡିଗ୍ରୀ ପରେ ପାରଦ
Heatwave : ପ୍ରବଳ ଗରମରେ ସିଝୁଛି ସମଗ୍ର ଉତ୍ତର ଭାରତ । ଅନେକ ରାଜ୍ୟରେ ପାରଦ 40 ଡିଗ୍ରୀ ଅତିକ୍ରମ କରିଛି । ଫଳରେ ଲୋକମାନେ ସେମାନଙ୍କ ଘରୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ମଙ୍ଗଳବାର ଦିନ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା 40 - 44 ଡିଗ୍ରୀ ସେଲସିୟସ ମଧ୍ୟରେ ପହଞ୍ଚିଛି ।

ଉତ୍ତର ପ୍ରଦେଶର ପ୍ରୟାଗରାଜ ଏବଂ ହମିରପୁର ମଙ୍ଗଳବାର ଦିନ ତାପମାତ୍ରା 44.2 ଡିଗ୍ରୀ ସେଲସିୟସ ରେକର୍ଡ କରିଛି । ଯାହା ଚଳିତ ସିଜନରେ ଏପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । କେବଳ ୟୁପିରେ ନୁହେଁ ଓଡ଼ିଶା, ଦିଲ୍ଲୀ, ହିମାଚଳ ଏବଂ ବିହାରରେ ମଧ୍ୟ ତାପମାତ୍ରା 40 ପରେ ରହୁଛି ।
ବିହାରର ପାଟନା, ବଙ୍କା, ଜାମୁଇ, ନୱାଡା, ଔରଙ୍ଗାବାଦ, ସୁପାଲରେ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଥିବାବେଳେ ବେଗୁସରାଇ, ନାଲଣ୍ଡା, ଗୟା, ଅରୱାଲ, ଭୋଜପୁର, ରୋହତସ୍, ବକ୍ସର ରେ ୟେଲୋ ଆଲର୍ଟ ଜାରି କରାଯାଇଛି ।
ତେବେ ପଶ୍ଚିମ ହିମାଳୟ ଅଞ୍ଚଳରେ ପାଶ୍ଚାତ୍ୟ ବିଭ୍ରାଟ ସକ୍ରିୟ ହୋଇପାରିଥିବାରୁ ଏହା ଆଜିଠାରୁ ଆସନ୍ତା ଦୁଇ-ତିନି ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି । ଯେଉଁଥିପାଇଁ ତାପମାତ୍ରା ହ୍ରାସ ପାଇବ ଏବଂ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ।












Click it and Unblock the Notifications