ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ରର ଉତ୍ତର, ' ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ଆଇନଗତ ପ୍ରକ୍ରିୟାର ଅପବ୍ୟବହାର'
ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ଚାଲିଥିବା କାର୍ଯ୍ୟକୁ କେନ୍ଦ୍ର ରକ୍ଷା କରି କହିଛି ଯେ, ଏହି ପ୍ରକଳ୍ପ ନିର୍ମାଣକୁ ବନ୍ଦ କରିବାକୁ ଚାହୁଁଥିବା ଆବେଦନ ହେଉଛି ଆଇନ ପ୍ରକ୍ରିୟାର ଅପବ୍ୟବହାର ଏବଂ ପ୍ରକଳ୍ପ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି ।
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ପ୍ରକୋପରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଭାବିତ ହୋଇଛି । ରୋଗୀମାନଙ୍କର ବୃଦ୍ଧି ପରେ ଦେଶର ଡାକ୍ତରଖାନାଗୁଡ଼ିକ ଶଯ୍ୟା, ଔଷଧ ଏବଂ ଅମ୍ଳଜାନର ଅଭାବର ସମ୍ମୁଖୀନ ହୋଇଛନ୍ତି । ଏଭଳି ପରିସ୍ଥିତିରେ ମଙ୍ଗଳବାର (ମଇ 11) କୋର୍ଟରେ ଶୁଣାଣି ଚାଲିଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ସ୍ଥଦିତ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଥିଲା । କେନ୍ଦ୍ର ସରକାର ଏହି ଆବେଦନ ଉପରେ ଆଜି କୋର୍ଟରେ ଜବାବ ଦାଖଲ କରିଛନ୍ତି ।

ବାସ୍ତବରେ କେନ୍ଦ୍ରର ମୋଦୀ ସରକରାଙ୍କ ଡ୍ରିମ୍ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିଷ୍ଟା ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଆଜି ଶୁଣାଣି ପରେ ଦିଲ୍ଲୀ ହାଇକୋର୍ଟ ଆସନ୍ତା 12 ତାରିଖରେ ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ସ୍ଥିର କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟାକୁ ରେକର୍ଡରେ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଆବେଦନକୁ ଖାରଜ କରିବାକୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ଚାଲିଥିବା କାର୍ଯ୍ୟକୁ କେନ୍ଦ୍ର ରକ୍ଷା କରି କହିଛି ଯେ, ଏହି ପ୍ରକଳ୍ପ ନିର୍ମାଣକୁ ବନ୍ଦ କରିବାକୁ ଚାହୁଁଥିବା ଆବେଦନ ହେଉଛି ଆଇନ ପ୍ରକ୍ରିୟାର ଅପବ୍ୟବହାର ଏବଂ ପ୍ରକଳ୍ପ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି । କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ 19.04.2021 ର DDMA ନିର୍ଦ୍ଦେଶ ଅନୁଯାୟୀ, କର୍ଫ୍ୟୁ ସମୟରେ ନିର୍ମାଣ କାର୍ଯ୍ୟ ଅନୁମତି ଦିଆଯାଇଛି, ଶ୍ରମିକମାନେ ସେହି ସ୍ଥାନରେ ରହୁଛନ୍ତି ।
ଆପଣଙ୍କୁ କହିରଖୁଛୁ, ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପ ଉପରେ ପ୍ରତିବନ୍ଧକ ଲଗାଇବାକୁ ହୋଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ । ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିବାକୁ କହିଥିଲେ ।












Click it and Unblock the Notifications