Get Updates
Get notified of breaking news, exclusive insights, and must-see stories!

କରୋନା ରୋଗୀଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ, ଦରକାର ପଡ଼ିବନି ଏହି ସବୁ ଔଷଧ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ନିର୍ଦ୍ଦେଶାବଳୀକେ କିଛିଟା ପରିବର୍ତ୍ତନ ଆଣିଛି । ଏହା ଅଧୀନରେ ଆଣ୍ଟିପାଇରେଟିକ୍ ଏବଂ ଆଣ୍ଟିଟୁସିଭ୍ ବ୍ୟତୀତ ଅନ୍ୟ ସମସ୍ତ ଔଷଧକୁ ହଟାଇ ଦିଆଯାଇଛି ।

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବ କମୁଥିବା ପରିଲକ୍ଷିତ ହେଉଛି । ଦୈନିକ ସଂକ୍ରମଣ ମାମଲା 4 ଲକ୍ଷରୁ ପ୍ରାୟ 1 ଲକ୍ଷକୁ ହ୍ରାସ ପାଇଛି । ଏହା ବ୍ୟତୀତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ନିର୍ଦ୍ଦେଶାବଳୀକେ କିଛିଟା ପରିବର୍ତ୍ତନ ଆଣିଛି । ଏହା ଅଧୀନରେ ଆଣ୍ଟିପାଇରେଟିକ୍ ଏବଂ ଆଣ୍ଟିଟୁସିଭ୍ ବ୍ୟତୀତ ଅନ୍ୟ ସମସ୍ତ ଔଷଧକୁ ହଟାଇ ଦିଆଯାଇଛି । ଏହା ସହିତ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ଏକ ନିବେଦନ କରାଯାଇଛି ।

corona-virus

ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଅନୁଯାୟୀ, କୌଣସି ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଏକ ନୂତନ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି । ଯେଉଁଥିରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍, ଆଇଭର୍ମେକ୍ଟିନ୍, ଡକ୍ସିସାଇକ୍ଲିନ୍, ଜିଙ୍କ, ମଲ୍ଟିଭିଟାମିନ୍ ସମେତ ଅନ୍ୟାନ୍ୟ ଔଷଧ ବର୍ତ୍ତମାନ ରୋଗୀଙ୍କ ପାଇଁ ବନ୍ଦ କରାଯାଇଛି । ଏପରି ପରିସ୍ଥିତିରେ ରୋଗୀଙ୍କୁ ଜ୍ୱର ପାଇଁ କେବଳ ଆଣ୍ଟିପାଇରେଟିକ୍ ଏବଂ ଥଣ୍ଡା ପାଇଂ କେବଳ ଆଣ୍ଟିଟୁସିଭ୍ ଦିଆଯିବ । ଏହା ବ୍ୟତୀତ, ଗାଇଡଲାଇନରେ ଏହା ସ୍ପଷ୍ଟ ହୋଇଛି ଯେ କୌଣସି ଦୃଢ କାରଣ ବିନା ସିଟି ସ୍କାନ ପାଇଁ ନକହିବାକୁ ନିର୍ଦ୍ଦେଷ ଦିଆଯାଇଛି । କାରଣ ଏହାର ମଧ୍ୟ କିଛି ନକାରାତ୍ମକ ପ୍ରଭାବ ଦେଖାଦେଉଛି ।

ଏଥି ସହିତ ବିନା ଲକ୍ଷଣ ମାମଲା ପାଇଁ କମୋରେଡିଡିଟି ବ୍ୟତୀତ ଅନ୍ୟ କୌଣସି ସାଧାରଣ ରୋଗୀଙ୍କ ପାଇଁ ବିଶେଷ ଔଷଧ ଆବଶ୍ୟକତା ନାହିଁ । ସେମାନେ ନିର୍ଦ୍ଦିଷ୍ଟ ଔଷଧ ଗ୍ରହଣ କରିପାରିବେ । ଅନ୍ୟପକ୍ଷରେ, ସାମାନ୍ୟ ଲକ୍ଷଣ ଥିବା ମାମଲାରେ ସେମାନଙ୍କର ସ୍ୱାସ୍ଥ୍ୟ, SpO2, BP, ସୁଗାର ଇତ୍ୟାଦି ସମୟ ସମୟରେ ଯାଞ୍ଚ କରାଯିବା ଉଚିତ୍ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କରୋନା ହେବାର ଆଶଙ୍କା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ଯେଉଁଥିପାଇଁ ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ୍ । ଆହୁରି ମଧ୍ୟ, ଜନଗହଳି ପୂର୍ଣ୍ଣ ସ୍ଥାନରେ ସାମାଜିକ ଦୂରତା ଅନୁସରଣ କରାଯିବା ଉଚିତ୍ । ଏହା ବ୍ୟତୀତ ପୁଷ୍ଟିକର ଖାଦ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଯାହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇ ରୋଗୀମାନେ କମ୍ ଔଷଧ ଖାଇ ଆରୋଗ୍ୟ ହୋଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+