କୋଭିଡ ପରବର୍ତ୍ତୀ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାର ଗୁରୁବାର ଦିନ କୋଭିଡ ପରବର୍ତ୍ତୀ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ଏକ ଗାଇଡଲାଇନ ଜାରି କରିଛନ୍ତି । ଏହା ରୋଗୀଙ୍କ ଚିକିତ୍ସାରେ ସାହାଯ୍ୟ କରିବ ।
ନୂଆଦିଲ୍ଲୀ : କରୋନା ମହାମାରୀରୁ ସୁସ୍ଥ ହେଉଥିବା ରୋଗୀଙ୍କ ମଧ୍ୟରେ ପୋଷ୍ଟ-କୋଭିଡ୍ ଲକ୍ଷଣ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି । ଏହି ରୋଗୀଙ୍କ ଚିକିତ୍ସା ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ୁଥିଲା । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଗୁରୁବାର ଦିନ କୋଭିଡ ପରବର୍ତ୍ତୀ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ଏକ ଗାଇଡଲାଇନ ଜାରି କରିଛନ୍ତି । ଏହା ରୋଗୀଙ୍କ ଚିକିତ୍ସାରେ ସାହାଯ୍ୟ କରିବ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ଏକ ଟ୍ୱିଟ୍ କରି ସେ କହିଛନ୍ତି, "ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ମାର୍ଗଦର୍ଶନ ଦେବା ପାଇଁ ପୋଷ୍ଟ-କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଜାତୀୟସ୍ତରୀୟ ଗାଇଡଲାଇନ ଜାରି କରାଯାଇଛି । ଏହା ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟ ଜଟିଳତା ପାଇଁ ଆଗୁଆ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବ ଏବଂ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବାରେ ସାହାଯ୍ୟ ସାହାଯ୍ୟ କରିବ ।"
ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗାଇଡଲାଇନ ଭାରତରେ ପ୍ରକାଶିତ 7 ଟି ମଡ୍ୟୁଲର ପ୍ରଥମ ସିରିଜ୍ ହେବ ଯାହା ମେଡିକାଲ କ୍ଷେତ୍ର ପାଇଁ ବ୍ୟାପକ ଦିଗଦଦର୍ଶନ ପ୍ରଦାନ କରିବ । ମାନସିକ ସ୍ୱାସ୍ଥ୍ୟ ସହିତ ମୁକାବିଲା କରିବାକୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ପାଇଁ ଏହା ଏକ ମଡ୍ୟୁଲ୍ ଅନ୍ତର୍ଭୂକ୍ତ, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Released National Comprehensive Guidelines on Post-COVID management to give guidance on long-term health issues.
This will help health workers prepare for Post-COVID health complications in advance and give suitable treatment to patients. (1/2) pic.twitter.com/L5qPenfBll
— Mansukh Mandaviya (@mansukhmandviya) September 23, 2021
ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏହି ନିର୍ଦ୍ଦେଶାବଳୀକୁ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି ଯେ COVID ର ଦୀର୍ଘକାଳୀନ ପ୍ରଭାବର ମୁକାବିଲା ପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ ସର୍ବନିମ୍ନ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଚିକିତ୍ସାର ନକାରାତ୍ମକ ପ୍ରଭାବ ନିଶ୍ଚିତ କରିବାକୁ COVID ର ସକ୍ରିୟ ଏବଂ ବ୍ୟାପକ ଚିକିତ୍ସାର ଆବଶ୍ୟକତା ଅଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଷ୍ଟେରଏଡ୍ର ମାତ୍ରା ଅଧିକ ନେବା ପରେ ମ୍ୟୁକର୍ମିକୋସିସ୍ ଭଳି ମାମଲା ରୋଗୀଙ୍କ କ୍ଷେତ୍ରରେ ପୋଷ୍ଟ-କୋଭିଡ୍ ପ୍ରଭାବର ପରିଣାମ ଆମେ ଦେଖିଛୁ ।
ଆପଣଙ୍କୁ କହିରଖୁଛୁ, କରୋନାରୁ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ଆଗାମୀ କିଛି ସପ୍ତାହ କିମ୍ବା ଆଗାମୀ କିଛି ମାସ ଧରି ଅନେକ ପ୍ରକାରର ସମସ୍ୟା ରହିଥାଏ । ଏଗୁଡ଼ିକରେ ଦୁର୍ବଳତା ଏବଂ ଥକାପଣ ଅତି ସାଧାରଣ ସମସ୍ୟା ଅଟେ । ଏହା ବ୍ୟତୀତ କରୋନାରୁ ସୁସ୍ଥ ହେଉଥିବା ରୋଗୀମାନଙ୍କଠାରେ ନିଶ୍ୱାସ ପ୍ରଶ୍ୱାସ ଭଳି ସମସ୍ୟା ଦେଖିବାକୁ ମିଳିଛି, ଯେଉଁଥିପାଇଁ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ । ଏହି ସମସ୍ୟା ପିଲାମାନଙ୍କଠାରେ ମଧ୍ୟ ଦେଖାଯାଇଛି ।












Click it and Unblock the Notifications