ସୁରକ୍ଷା ଏଜେନ୍ସିକୁ ବଡ ସଫଳତା, ଲସ୍କର ଓ ଅଲ ବଦରକୁ ଫଣ୍ଡିଂ କରୁଥିବା ହାୱାଲା ଏଜେଣ୍ଟ ଗିରଫ
ଲସ୍କର-ଏ-ତୋଏବା ଏବଂ ଅଲ ବଦର ଭଳି ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଥିବା ହାୱାଲା ଏଜେଣ୍ଟକୁ ଜାମ୍ମୁରୁ ଗିରଫ କରାଯାଇଛି । ଅଗଷ୍ଟ 17 ରେ ଦିଲ୍ଲୀ ପୋଲିସ ଏବଂ ଜାମ୍ମୁ କାଶ୍ମୀର ପୋଲିସ ତଥା କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ମିଳିତ ଅପରେସନରେ ଏହି ଗିରଫଦାରୀ ହ
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସର ଦୁଇ ଦିନ ପରେ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା ମିଳିଛି । ଲସ୍କର-ଏ-ତୋଏବା ଏବଂ ଅଲ ବଦର ଭଳି ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଥିବା ହାୱାଲା ଏଜେଣ୍ଟକୁ ଜାମ୍ମୁରୁ ଗିରଫ କରାଯାଇଛି । ଅଗଷ୍ଟ 17 ରେ ଦିଲ୍ଲୀ ପୋଲିସ ଏବଂ ଜାମ୍ମୁ କାଶ୍ମୀର ପୋଲିସ ତଥା କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ମିଳିତ ଅପରେସନରେ ଏହି ଗିରଫଦାରୀ ହୋଇଛି । ଶୁକ୍ରବାର ଦିନ ଅଧିକାରୀମାନେ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ଖବର ଅନୁଯାୟୀ ଦିଲ୍ଲୀ ପୋଲିସ ଏବଂ କାଶ୍ମୀର ପୋଲିସ ଜାମ୍ମୁ ବସ୍ ଷ୍ଟାଣ୍ଡରୁ ମହମ୍ମଦ ୟାସିନ୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ମହମ୍ମଦ ୟାସିନ ଲସ୍କର-ଓ-ତୋଏବା ଏବଂ ଅଲ-ବଦର ଭଳି ଆତଙ୍କବାଦୀ ସଂଗଠନକୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଅଧିକାରୀ କହିଛନ୍ତି ଯେ ମହମ୍ମଦ ୟାସିନ ଦୁଇ ଦିନ ପୂର୍ବେ ଜଣେ ଆତଙ୍କବାଦୀ ଅପରେଟିଭ ଅବଦୁଲ ହଆମିଦ ମୀରକୁ ପ୍ରାୟ 10 ଲକ୍ଷ ଟଙ୍କା ଦେବାକୁ ଜାମ୍ମୁ ଯାଇଥିଲା ।
ସୁରକ୍ଷା ଏବଂ ଅନୁସନ୍ଧାନକାରୀ ସଂସ୍ଥା ମହମ୍ମଦ ୟାସିନ ବିଷୟରେ ସୂଚନା ପାଇଥିଲେ ଯେ ସେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଅର୍ଥ ପ୍ରଦାନ କରୁଛି । ଆତଙ୍କବାଦୀ ସଂଗଠନ ଉପତ୍ୟକାରେ ଆତଙ୍କ ବିସ୍ତାର କରିବା ପାଇଁ ମହମ୍ମଦ ୟାସିନ ଟଙ୍କା ବ୍ୟବହାର କରୁଥିଲା । ସୁରକ୍ଷା ଏଜେନ୍ସି ୟାସିନ ବିରୋଧରେ ମାମଲା ରୁଜୁ କରିଛନ୍ତି । ଅଧିକାରୀମାନେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଉପତ୍ୟକାରେ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ବିଦେଶୀ ଉତ୍ସରୁ ବେଆଇନ ଭାବେ ପାଣ୍ଠି ଯୋଗାଇ ଦିଆଯାଉଛି ।
ଅଧିକାରୀ କହିଛନ୍ତି ଯେ ମହମ୍ମଦ ୟାସିନ୍ ପୁରୁଣା ଦିଲ୍ଲୀର ମୀନା ବଜାରରେ ରହୁଥିଲା ଏବଂ ବୃତ୍ତି ଅନୁଯାୟୀ କପଡା ବ୍ୟବସାୟୀ ଥିଲା । ମୀନା ବଜାରରେ ତାର ଏକ ଦୋକାନ ଥିଲା । ଏହି ବାଣିଜ୍ୟ ମାଧ୍ୟମରେ ମହମ୍ମଦ ୟାସିନ୍ ବିଦେଶରେ ଥିବା ଉତ୍ସରୁ ହାୱାଲା ଟଙ୍କା ନେଇ ଉପତ୍ୟକାକୁ ପଠାଉଥିଲା । ପଚରାଉଚରା ବେଳେ ମହମ୍ମଦ ୟାସିନ ପ୍ରକାଶ କରିଛି ଯେ ହାୱାଲା ଟଙ୍କା ଦକ୍ଷିଣ ଆଫ୍ରିକା ଦେଇ ସୁରଟ ଏବଂ ମୁମ୍ବାଇ ଦେଇ ଭାରତକୁ ପଠାଯାଉଛି ।












Click it and Unblock the Notifications