ହାଥରସ୍ ଗଣଦୁଷ୍କର୍ମ ମାମଲା : ଆହ୍ଲାବାଦ ହାଇକୋର୍ଟରେ ଆଜି ସିବିଆଇ ଦାଖଲ କରିବ ଷ୍ଟାଟସ୍ ରିପୋର୍ଟ
ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବୁଧବାର ସିବିଆଇ ଆହ୍ଲାବଦ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ | ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ | ବିଚାରପତି ପଙ୍କଜ ମିତଲ ଏବଂ ରାଜନ ରୟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି |
ଲକ୍ଷ୍ନୌ : ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବୁଧବାର ସିବିଆଇ ଆହ୍ଲାବଦ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ | ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ | ବିଚାରପତି ପଙ୍କଜ ମିତଲ ଏବଂ ରାଜନ ରୟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି | ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର 25 ତାରିଖକୁ ଧାର୍ଯ୍ୟ କରିଥିଲେ |

ପୀଡିତାଙ୍କ ପରିବାର ତରଫରୁ ଓକିଲ ସୀମା କୁଶୱାହା ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥାୟୀ ବାସସ୍ଥାନ ଏବଂ ପୀଡ଼ିତାଙ୍କ ଜଣେ ପରିବାର ସଦସ୍ୟଙ୍କ ପାଇଁ ଚାକିରି ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ |
ସୂଚନାଯୋଗ୍ୟ, ସେପ୍ଟେମ୍ବର 14 ରେ ହାଥରାସ ଜିଲ୍ଲାର ଜଣେ 19 ବର୍ଷୀୟ ଦଲିତ ଝିଅକୁ ଠାକୁର ସମ୍ପ୍ରଦାୟର ଚାରିଜଣ ଯୁବକ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା | ପୀଡିତା ଗୋରୁ ଚାରା ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା | ଏହି ଘଟଣାରେ ପୀଡିତା ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ସେ ସେପ୍ଟେମ୍ବର 29 ରେ ତାଙ୍କର ମୃତ୍ୟୁ ହୋଇଥିଲା | ପରଦିନ ଉତ୍ତରପ୍ରଦେଶ ପୋଲିସ ତାଙ୍କ ମୃତଦେହକୁ ହାଥରାସକୁ ନେଇ ପରିବାରର ବିନା ଅନୁମତିରେ ଶବଦାହ କରିଦେଇଥିଲା | କିନ୍ତୁ ପରିବାରର ଇଚ୍ଛା ଅନୁଯାୟୀ ଏହି ଶବଦାହ କରାଯାଇଛି ବୋଲି ସ୍ଥାନୀୟ ପୋଲିସ ଯୁକ୍ତି ବାଢିଛି |
-
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ












Click it and Unblock the Notifications