ହରିୟାଣା ଡିଏସପି ହତ୍ୟା ମାମଲା, 9 ଜଣଙ୍କୁ ଗିରଫ କଲା ପୋଲିସ୍
ହରିୟାଣାର ନୁଂହରୁ ହୋଇଥିବା ଡିଏସପି ହତ୍ୟାକାଣ୍ଡରେ ହରିୟାଣା ପୋଲିସ ମୋଟ ନଅ ଜଣଙ୍କୁ ଗିରଫ କରିଛି । ଏନେଇ ପୋଲିସ ମଙ୍ଗଳବାର ସୂଚନା ଦେଇଛି ।
ଚଣ୍ଡିଗଡ଼ : ହରିୟାଣାର ନୁଂହରୁ ହୋଇଥିବା ଡିଏସପି ହତ୍ୟାକାଣ୍ଡରେ ହରିୟାଣା ପୋଲିସ ମୋଟ ନଅ ଜଣଙ୍କୁ ଗିରଫ କରିଛି । ଏନେଇ ପୋଲିସ ମଙ୍ଗଳବାର ସୂଚନା ଦେଇଛି ।
ବେଆଇନ ଖଣି ଖନନ ଘଟଣାର ତଦନ୍ତ ବେଳେ ପୁଟି ସୁପରିଟେଣ୍ଡେଣ୍ଟ୍ ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ହତ୍ୟା ଘଟଣାରେ ଟ୍ରକ୍ ଚଢାଇ ହତ୍ୟା ଅଭିଯୋଗରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ୍ ସୁପରିଟେଣ୍ଡେଣ୍ଟ ଭରୁଣ ସିଙ୍ଗଲା କହିଛନ୍ତି "ଡିଏସପି ହତ୍ୟା ମାମଲାରେ 6 ଜଣଙ୍କୁ ଗିରଫ କରିବା ପରେ ଗତ ଦୁଇ ଦିନ ମଧ୍ୟରେ ଆମେ ଆଉ ତିନି ଜଣଙ୍କୁ ଗିରଫ କରିଛୁ । ଜଣେ ଅଭିଯୁକ୍ତ (ତବୀର ଓରଫ୍ ବାଇରା) ଜୁଲାଇ 24 (ରବିବାର) ରେ ଗିରଫ ହୋଇଥିବାବେଳେ ଆର୍ଶଦ (ଡମ୍ପର ଟ୍ରକର ମାଲିକଙ୍କ ପୁଅ) ଏବଂ ଅବ୍ବାସ ନାମକ ଜଣେ ଶ୍ରମିକଙ୍କୁ ଜୁଲାଇ 25 ରେ ଗିରଫ କରାଯାଇଛି ।"

ଏର୍ଯ୍ୟନ୍ତ 12 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି । ଅବଶିଷ୍ଟ ତିନିଜଣଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମାମଲା ଆଗକୁ ବଢିବ ବୋଲି ଏସପି ସିଙ୍ଗଲା କହିଛନ୍ତି ।
ଜୁଲାଇ 19 ରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିବା ସହ ଅପରାଧୀଙ୍କୁ ଛଡ଼ା ଯିବ ନାହିଁ ବୋଲି କହିଥିଲେ । ରାଜ୍ୟରେ ଖଣି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଆମେ ରାଜ୍ୟରେ ଖଣି ମାଫିଆକୁ ନିୟନ୍ତ୍ରଣ କରିବୁ ଏବଂ ଅପରାଧୀମାନେ ଏଥିରୁ ରକ୍ଷା ପାଇବେ ନାହିଁ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଖଟ୍ଟର କହିଛନ୍ତି ଯେ ଖଣି ଅଞ୍ଚଳ ନିକଟରେ ପୋଲିସ୍ ପୋଷ୍ଟ ସ୍ଥଆପନ ହେବ ଏବଂ ଖଣି ଯାନର ଗନ୍ତବ୍ୟ ସ୍ଥଳ ଏବଂ ସେମାନଙ୍କ ଉପକରଣ ମଧ୍ୟ ସ୍ଥିର କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୃତ ପୋଲିସ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ଚାକିରି ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସାହସିକତାର ସହ ଡିଏସପି ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ଏବଂ ଏହି ଘଟଣାରେ ସମ୍ପୃକ୍ତ ଡମ୍ପର ଟ୍ରକକୁ ଚିହ୍ନଟ କରାଯାଇଛି । ସେହିପରି ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହରିୟାଣା ଖଣି ମନ୍ତ୍ରୀ ମୋଲ ଚାନ୍ଦ ଶର୍ମା ମଧ୍ୟ କହିଛନ୍ତି ।












Click it and Unblock the Notifications