କୃଷକ ଆନ୍ଦୋଳନ : ଆସନ୍ତା 48 ଘଣ୍ଟାରେ ବାହାରି ପାରେ ସମାଧାନର ବାଟ
ରାଜନାଥ ସିଂଙ୍କୁ ଭେଟିବା ପରେ ଦୁଷ୍ମନ୍ତ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଭେଟିଥିଲେ | ହରିୟାଣା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଏହାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି | ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନ ହେବ ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧକରି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ହରିୟାଣାରେ ରାଜନୈତିକ ଉତ୍ତେଜନା ବଢିବାରେ ଲାଗିଛି | ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲା | ଶନିବାର ଦିନ ଜେଜେପି ନେତା ଦୁଷ୍ମନ୍ତ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି | କିନ୍ତୁ ଏହି ସାକ୍ଷାତକାରରେ କଣ ଆଲୋଚନା ହୋଇଛି ତାହ ଜଣାପଡ଼ିନାହିଁ |

ରାଜନାଥ ସିଂଙ୍କୁ ଭେଟିବା ପରେ ଦୁଷ୍ମନ୍ତ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଭେଟିଥିଲେ | ପୀୟୁଷ ଗୋୟଲଙ୍କୁ ଭେଟିବା ପରେ ହରିୟାଣା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଏହାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି | ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନ ହେବ | ଖୁବ ଶୀଘ୍ର କୃଷକ ସଙ୍ଗଠନ ଏବମ କେନ୍ଦ୍ର ସରକାର ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା ହେବ ବୋଲି ସେ କହିଛନ୍ତି | 48 ଘଣ୍ଟା ମଧ୍ୟରେ ସମାଧାନ ବାହାରିବ ବୋଲି ଆଶା କରାଯାଉଛି | କେବଳ ଆଲୋଚନା ମାଧ୍ୟମରେ ହିଁ ସମାଧାନ ବାହାରିବ ବୋଲି ଦୁଷ୍ମନ୍ତ କହିଛନ୍ତି |
ଏହା ପରେ ଦୁଷ୍ମନ୍ତ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଥିଲେ | ଏହି ବୈଠକ ପରେ ସେ ଏକ ବଡ ବିବୃତ୍ତି ଦେଇଛନ୍ତି | ସେ କହିଛନ୍ତି ଯେ ମୁଁ ଆଶା କରୁଛି ଯେ କେନ୍ଦ୍ର ଏବଂ କୃଷକ ସଂଘ ମଧ୍ୟରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିପାରିବା | ମୁଁ ପରବର୍ତ୍ତୀ 28 ରୁ 40 ଘଣ୍ଟାକୁ ଅପେକ୍ଷା କରିଛି | ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବ ଏବଂ କିଛି ସମାଧାନ ବାହାରିବ |
The way Centre is holding talks they also want a resolution of the issue. I'm hopeful that in 24 to 48 hours final round of talks will be held between the central government & farmers' leaders and will lead to conclusive result: Haryana Dy Chief Minister Dushyant Chautala to ANI pic.twitter.com/glmeP61ZYl
— ANI (@ANI) December 12, 2020
ଏହାପୂର୍ବରୁ ସେ କହିଛନ୍ତି, ଆମ ଦଳର ଜାତୀୟ ସଭାପତି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ କୃଷକମାନେ ଏମଏସପି ପାଇବା ଉଚିତ | କେନ୍ଦ୍ର ସରକାର ଦେଇଥିବା ଲିଖିତ ପ୍ରସ୍ତାବରେ ଏମଏସପି ଅନ୍ତର୍ଭୁକ୍ତ ହୋଇଛି | ମୁଁ ଉପମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ କୃଷକମାନଙ୍କ ପାଇଁ ଏମଏସପି ସୁନିଶ୍ଚିତ କରିବା ଉପରେ କାର୍ଯ୍ୟ କରିବି | ଯଦି ମୁଁ ଏହା କରିପାରିବି ନାହିଁ, ତେବେ ମୁଁ ଇସ୍ତଫା ଦେବି |












Click it and Unblock the Notifications