ହନୁମାନ ଚାଲିସା ବିବାଦ : ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ମିଳିଲା ଜାମିନ୍
ରାଣା ଦମ୍ପତିଙ୍କ ଓକିଲ ରିଜୱାନ୍ ମର୍ଚେଣ୍ଟଙ୍କ ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନେ କାଗଜପତ୍ର କାର୍ଯ୍ୟ ଶେଷ କରୁଛନ୍ତି, ଯାହାଫଳରେ ଉଭୟଙ୍କୁ ବୁଧବାର ସନ୍ଧ୍ୟା ସୁଦ୍ଧା ଜେଲରୁ ମୁକ୍ତ କରାଯାଇପାରିବ ।
ମୁମ୍ବାଇ : ମହାରାଷ୍ଟ୍ରରେ ହନୁମାନ ଚାଲିସା ବିବାଦ ଥମିବାର ନାଁ ନେଉନାହିଁ । କିଛି ଦିନ ପୂର୍ବେ ଏହି ବାବଦରେ ଫସିଥିବା ଅମରାବତୀ ସ୍ୱାଧୀନ ସାସଂଦ ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବାର କିଛି ସମୟ ପରେ କୋର୍ଟ ସେମାନଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ, କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ଏକ ବଡ଼ ଆରାମ ମିଳିଛି । ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ଏଥିପାଇଁ କୋର୍ଟଙ୍କ ଦ୍ୱାରା ଅନେକ ସର୍ତ୍ତ ରଖାଯାଇଛି, ଯାହା ଉଭୟ ଅନୁସରଣ କରିବା ବାଧ୍ୟତାମୂଳକ ।

ରାଣା ଦମ୍ପତିଙ୍କ ଓକିଲ ରିଜୱାନ୍ ମର୍ଚେଣ୍ଟଙ୍କ ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନେ କାଗଜପତ୍ର କାର୍ଯ୍ୟ ଶେଷ କରୁଛନ୍ତି, ଯାହାଫଳରେ ଉଭୟଙ୍କୁ ବୁଧବାର ସନ୍ଧ୍ୟା ସୁଦ୍ଧା ଜେଲରୁ ମୁକ୍ତ କରାଯାଇପାରିବ । ସେ କହିଛନ୍ତି ଯେ ଜାମିନ ପାଇଁ ଅନେକ ସର୍ତ୍ତ ଅଛି, ଯାହା ଅଧୀନରେ ଉଭୟ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବେ ନାହିଁ । ଏହା ବ୍ୟତୀତ, ସେମାନେ କୌଣସି ପ୍ରକାରେ ପ୍ରମାଣ ସହିତ ଟାମ୍ପରିଂ କରିପାରିବେ ନାହିଁ ଏବଂ ଯେଉଁ ଅପରାଧରେ ସେମାନଙ୍କୁ ଗିରଫ କରାଯାଇଛି ସେହି ଅପରାଧ ସେମାନେ ପୁନରାବୃତ୍ତି କରିବେ ନାହିଁ ।
ଅଦାଲତ ଆହୁରି କହିଛନ୍ତି ଯେ ଏହି ମାମଲାରେ ଯଦି ଅନୁସନ୍ଧାନକାରୀ ଅଧିକାରୀ ରାଣା ଦମ୍ପତିଙ୍କୁ ପଚରାଉଚରା ପାଇଁ ଡାକନ୍ତି, ତେବେ ସେମାନଙ୍କୁ ହାଜର ହେବାକୁ ପଡ଼ିବ । ତଥାପି, ଅନୁସନ୍ଧାନ ଅଧିକାରୀ ଅତି କମରେ 24 ଘଣ୍ଟା ପୂର୍ବରୁ ଉଭୟଙ୍କୁ ଜଣାଇବେ । ଏଥି ସହିତ ଜାମିନ ପାଇଁ 50-50 ହଜାର ବଣ୍ଡର ସର୍ତ୍ତ ମଧ୍ୟ କୋର୍ଟ ରଖିଛନ୍ତି । ଯଦି ଉଭୟ କୌଣସି ସର୍ତ୍ତକୁ ଉଲ୍ଲଂଘନ କରନ୍ତି, ତେବେ ତୁରନ୍ତ ସେମାନଙ୍କ ଜାମିନ ବାତିଲ ହେବ ବୋଲି କୋର୍ଟ ରାୟ ଦେଇଛନ୍ତି ।
ଆପଣଙ୍କୁ କହି ରଖୁଛୁ ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ କାରି ଥାନା ପୋଲିସ୍ ଅପ୍ରେଲ 23 ତାରିଖ ଦିନ ଗିରଫ କରିଥିଲା । ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ । ଏଥିଯୋଗୁଁ ସଦ୍ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା ।












Click it and Unblock the Notifications