Get Updates
Get notified of breaking news, exclusive insights, and must-see stories!

ଜ୍ଞାନବାପୀ ମସଜିଦ୍ ବିବାଦ : ଶିବ ଲିଙ୍ଗ ମିଳିଥିବା ସ୍ଥାନକୁ ସିଲ୍ କରିବାକୁ ବାରଣାସୀ କୋର୍ଟଙ୍କ ନିର୍ଦ୍ଦେଶ

ମସଜିଦ ପରିସରରେ ଥିବା ଏକ କୂଅରୁ ଶିବଲିଙ୍ଗ ମିଳିଥିବା କୁହାଯାଉଛି । ଏନେଇ ଦାବି କରିଥିଲେ ଓକିଲ ବିଷ୍ଣୁ ଜୈନ୍ । ଓକିଲଙ୍କ ସୂଚନା ପରେ ଏବେ ସେହି ସ୍ଥାନକୁ ସିଲ୍ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ : ବାରଣାସୀରେ ଥିବା ଜ୍ଞାନବାପୀ ମସଜିଦରେ କୋର୍ଟଙ୍କ ଅନୁମତି ପରେ ଚାଲିଥିବା ସର୍ଭେର ଆଜି ଥିଲା ତୃତୀୟ ଦିନ । ଆଜି ସର୍ଭେ ସମୟରେ ମସଜିଦ ପରିସରରେ ଥିବା ଏକ କୂଅରୁ ଶିବଲିଙ୍ଗ ମିଳିଥିବା କୁହାଯାଉଛି । ଏନେଇ ଦାବି କରିଥିଲେ ଓକିଲ ବିଷ୍ଣୁ ଜୈନ୍ । ଓକିଲଙ୍କ ସୂଚନା ପରେ ଏବେ ସେହି ସ୍ଥାନକୁ ସିଲ୍ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ଏହା ସହିତ ସେ ସ୍ଥାନକୁ କାହାକୁ ପ୍ରବେଶ କରିବାକୁ ନଦେବା ପାଇଁ ଅଦାଲତ କହିଛନ୍ତି । ଉକ୍ତ ସ୍ଥାନକୁ ସୁରକ୍ଷିତ କରିବା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଓ ସିଆରପିଏଫକୁ ଦିଆଯାଇଛି ।

gyanvapimosque

ବାରଣାସୀ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜିଲ୍ଲା ଅଧିକାରୀ, ପୁଲିସ କମିଶନର ଏବଂ ସିଆରପିଏଫ୍ କମାଣ୍ଡାଣ୍ଟ ସିଲ୍ ହୋଇଥିବା ସ୍ଥାନର ସୁରକ୍ଷା ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ।

ମସଜିଦ ପରିସରରେ ଥିବା କୂଅରୁ ଶିବଲିଙ୍ଗ ମିଳିଥିବା ଦାବି ଉପରେ କିଛି କହିବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଳ ରାଜ ମନା କରିଦେଇଥିବା ବେଳେ ହିନ୍ଦୁ ପକ୍ଷ ତୁରନ୍ତ ଅଦାଲତରେ ପହଞ୍ଚିଥିଲେ । ଅଦାଲତ ଉକ୍ତ ସ୍ଥାନକୁ ସିଲ କରିବାକୁ ପ୍ରଥମେ ଆଦେଶ ଦେଇଥିଲେ ।

ସର୍ଭେ ପରେ ହିନ୍ଦୁ ପକ୍ଷର ଓକିଲ କହିଛନ୍ତି ଯେ, ଯେତିକି ଭାବିଥିଲୁ ତା'ଠାରୁ ଅଧିକ ମିଳିଛି । ହିନ୍ଦୁ ପ୍ରତିନିଧି ମଣ୍ଡଳରେ ସାମିଲ ଥିବା ସୋହନଲାଲ କହିଛନ୍ତି ଯେ, 'ବାବା ମିଳିଗଲେ' । ତେବେ 'ବାବା' କେଉଁଠାରୁ ମିଳିଲେ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହା ପଚାରନି । ସେ ସନ୍ଥ କବିରଙ୍କ ଦୋହା ' ଜିନ୍ ଖୋଜା ତିନ୍ ପାଇଆ, ଗହରେ ପାନି ପୈଠ୍,ମୈ ବପୁରା ବୁଡନ ଡରା,ରହା କିନାରେ ବୈଠ' ଶୁଣାଇ କହିଥିଲେ ଯେ, ମସଜିଦ ପରିସରରେ ଥିବା କୂଅରୁ ବାବା ମିଳିଛନ୍ତି । ମସଜିଦ କୂଅରୁ କଳା ରଙ୍ଗର ପଥର ମିଳିଥିବା ଦାବି ହେଉଛି । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ, କୂଅ ଭିତରୁ ଶିବଲିଙ୍ଗ ମିଳିଛି । ଶିବଲିଙ୍ଗଙ୍କ ସୁରକ୍ଷା ପାଇଁ ସେ ସିଭିଲ କୋର୍ଟ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି 65% ସର୍ବେକ୍ଷଣ କାର୍ଯ୍ୟ ଶେଷ ହୋଇଥିଲା । କଡ଼ା ନିରାପତ୍ତା ମଧ୍ୟରେ ଆଜି ସକାଳ 8 ଟା ବେଳେ 58 ଜଣ ସଦସ୍ୟବିଶିଷ୍ଟ ସର୍ବେକ୍ଷଣ ଟିମ୍‌ ଆଡ୍‌ଭୋକେଟ୍‌ କମିସନର୍‌ ବିଶାଳ ସିଂହଙ୍କ ନେତୃତ୍ୱରେ ମସ୍‌ଜିଦ୍‌ ପରିସରରେ ପ୍ରବେଶ ସର୍ବେକ୍ଷଣ କରିଥିଲେ । ତୃତୀୟ ତଥା ଶେଷ ଦିନରେ ସର୍ଭେ କାର୍ଯ୍ୟ ସମାପ୍ତ କରିବା ପରେ ଦଳ ବାହାରକୁ ଆସିବା ମାତ୍ରେ ହିନ୍ଦୁ ପକ୍ଷ ଶିବଲିଙ୍ଗ ମିଳିବା ନେଇ ଦାବି କରିଥିଲେ । ଅନ୍ୟପକ୍ଷରେ ମୁସଲିମ ପକ୍ଷରୁ ଓକିଲ ମିରାଜୁଦ୍ଦିନ୍ ଏହି ଦାବିକୁ ଭୁଲ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+