Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟରେ ପହଞ୍ଚିଲା ଜ୍ଞାନବାପୀ ମସଜିଦ ମାମଲା, କୌଣସି ନିର୍ଦ୍ଦେଶ ଦେବାକୁ ମନା କଲେ ସିଜେଆଇ

ଜ୍ଞାନବାପୀ ମସଜିଦ୍ ରେ ହୋଇଥିବା ସର୍ଭେ ମାମଲାରେ ଆବେଦନକାରୀଙ୍କ ଓକିଲ ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି ।

ନୂଆଦିଲ୍ଲୀ : ବାରାଣାସୀର ଜ୍ଞାନବାପୀ ମସଜିଦ ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଅଞ୍ଜୁମାନ-ଏ-ଇନ୍ତେଜାମିଆ ମସଜିଦ ପରିଚାଳନା କମିଟି ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନରେ ଜ୍ଞାନବପାପୀ ମସଜିଦରେ ସର୍ଭେ ବନ୍ଦ କରିବାକୁ ଦାବି କରାଯାଇଛି । କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି ।

supreme court of India

ଜ୍ଞାନବାପୀ ମସଜିଦ୍ ରେ ହୋଇଥିବା ସର୍ଭେ ମାମଲାରେ ଆବେଦନକାରୀଙ୍କ ଓକିଲ ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି । CJI NV Ramana କହିଛନ୍ତି ଯେ କାଗଜପତ୍ର ନ ଦେଖି ନିର୍ଦ୍ଦେଶ ଜାରି କରାଯାଇପାରିବ ନାହିଁ । ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ଏହାପୂର୍ବରୁ ଗୁରୁବାର ଅପରାହ୍ନରେ ବାରାଣାସୀ କୋର୍ଟ ଜ୍ଞାନବାପୀ ମସଜିଦର ସର୍ଭେ 17 ମଇ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହା ସ୍ପଷ୍ଟ କରାଯାଇଥିଲା ଯେ ଜ୍ଞାନବାପୀ ମସଜିଦ ସର୍ଭେ ପାଇଁ ନିଯୁକ୍ତ କମିଶନର ଅଜୟ ମିଶ୍ରଙ୍କୁ ପରିବର୍ତ୍ତନ କରାଯିବ ନାହିଁ । ଏମାନଙ୍କ ବ୍ୟତୀତ କୋର୍ଟ ବିଶାଲ ସିଂହ ଏବଂ ଅଜୟ ପ୍ରତାପଙ୍କୁ ଦୁଇ ସର୍ଭେ କମିଶନର ଭାବେ ସାମିଲ କରିଛନ୍ତି । ଏହି ସର୍ଭେ ଜାରି ରହିବ ଏବଂ ଆବଶ୍ୟକ ସ୍ଥଳେ ସେମାନେ ମସଜିଦ ଭିତରକୁ ଯାଇ ଭିଡିଓଗ୍ରାଫି କରିପାରିବେ ବୋଲି କୋର୍ଟ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+