ଜ୍ଞାନବାପୀ ମାମଲା : ହିନ୍ଦୁ ପକ୍ଷରେ ମାମଲାର ରାୟ, ଶୃଙ୍ଗାର - ଗୌରୀ ମାମଲା ଶୁଣାଣିଯୋଗ୍ୟ କହିଲେ କୋର୍ଟ
ଜ୍ଞାନବାପୀ ମସଜିଦ ମାମଲାରେ ବାରାଣାସୀ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଦେଇଛନ୍ତି । ଅଞ୍ଜୁମାନ ଇନ୍ତେଜାମିଆ କମିଟିର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ପାଞ୍ଚଜଣ ମହିଳା ହିନ୍ଦୁଙ୍କ ଆବେଦନ ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି ।
ବାରଣାସୀ : ଜ୍ଞାନବାପୀ ମସଜିଦ ମାମଲାରେ ବାରାଣାସୀ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଦେଇଛନ୍ତି । ଅଞ୍ଜୁମାନ ଇନ୍ତେଜାମିଆ କମିଟିର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ପାଞ୍ଚଜଣ ମହିଳା ହିନ୍ଦୁଙ୍କ ଆବେଦନ ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି ।

ଜ୍ଞାନବାପୀ ଶୃଙ୍ଗାର - ଗୌରୀ ବିବାଦ ମାମଲାରେ ଏହି ରାୟ ପ୍ରଦାନ କରୁଥିବାବେଳେ ଜିଲ୍ଲା ଜଜ୍ ଏ.କେ ବିଶ୍ୱେଶଙ୍କ ବେଞ୍ଚ ଏହି ମାମଲାକୁ ଶୁଣାଣିଯୋଗ୍ୟ ବୋଲି କହିଛନ୍ତି । ଏହି ମାମଲାରେ ହିନ୍ଦୁ ପକ୍ଷରୁ ହାଜର ହୋଇଥିବା ଓକିଲ ବିଷ୍ଣୁ ଶଙ୍କର ଜେନା କହିଛନ୍ତି ଯେ ମୁସଲିମ ପକ୍ଷର ଆବେଦନକୁ କୋର୍ଟ ଖାରଜ କରି କହିଛନ୍ତି ଯେ ଏହି ମାମଲା ଶୁଣାଣିଯୋଗ୍ୟ ।
ହିନ୍ଦୁ ପକ୍ଷ ପକ୍ଷରୁ ଜ୍ଞାନବ୍ୟାପୀ ପରିସରରେ ସ୍ଥିତ ଶୃଙ୍ଗାର ଗୌରୀ ସମେତ ଅନ୍ୟ ଧାର୍ମିକ ସ୍ଥଳରେ ନିୟମିତ ପୂଜାର୍ଚ୍ଚନା କରିବାର ଅନୁମତି ପାଇଁ ଦାବି କରିଥିଲେ । ସେହିପରି ମୁସଲିମ୍ ପକ୍ଷ କୋର୍ଟରେ ହାଜର ନହେବାର ଦଲିଲ ଦେଇ ଏହି ମାମଲାକୁ ଖାରଜ କରିବା ପାଇଁ ଦାବି କରିଥିଲେ । କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି, ସିଭିଲ ପ୍ରକ୍ରିୟା ସଂହିତାର ଆଦେଶ 7 ନିୟମ 11 ଆଧାରରେ ଏହି ମାମଲାରେ ଶୁଣାଣି ହେବ ।
ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର 22 ରେ ହେବ । ଜ୍ଞାନବାପୀ ମସଜିଦ ମାମଲାର ଆବେଦନକାରୀ ସୋହାନ ଲାଲ ଆର୍ଯ୍ୟ କହିଛନ୍ତି ଯେ ଏହା ହିନ୍ଦୁ ପକ୍ଷ ପାଇଁ ଏକ ବିଜୟ । ଏହା ଜ୍ଞାନବାପୀ ମନ୍ଦିରର ମୂଳଦୁଆ । ଶାନ୍ତି ବଜାୟ ରଖିବାକୁ ଆମେ ଲୋକଙ୍କୁ ନିବେଦନ କରୁଛୁ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications