ମେ 26 ରେ ଜ୍ଞାନବପୀ ମସଜିଦ ମାମଲାର ପରବର୍ତ୍ତୀ ଶୁଣାଣି, ରିପୋର୍ଟ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ
ମଙ୍ଗଳବାର ବାରାଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ପରେ ପରବର୍ତ୍ତୀ ତାରିଖ ଦିଆଯାଇଛି । ବର୍ତ୍ତମାନ ଜ୍ଞାନବାପୀ ମାମଲାର ଶୁଣାଣି ମେ 26 ରେ ହେବ ।
ବାରଣାସୀ : ପୁଣି ଘୁଞ୍ଚିଲା ଜ୍ଞାନବାପୀ ସମଜିଦ୍ ମାମଲାର ଶୁଣାଣି । ଏହି ମାମଲାର ଶୁଣାଣି କରୁଥିବା ବାରଣାସୀ କୋର୍ଟ ଏହାର ଶୁଣାଣି ମେ 26 ରେ କରିବାକୁ କହିଛନ୍ତି । ଜ୍ଞାନବାପୀ ମସଜିଦର ସର୍ଭେ ରିପୋର୍ଟ ବାରଣାସୀ କୋର୍ଟରେ ଦାଖଲ ହେବା ପରେ ଗତକାଲି ବାରଣାସୀ କୋର୍ଟ ଶୁଣାଣି କରି ନିଷ୍ପତ୍ତି ମଙ୍ଗଳବାରକୁ ସଂରକ୍ଷଣ ରଖିଥିଲେ । ମଙ୍ଗଳବାର ପୁଣି ଥରେ ଏହି ମାମଲାରା ଶୁଣାଣି ହୋଇଥିଲା ।

ମଙ୍ଗଳବାର ବାରାଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ପରେ ପରବର୍ତ୍ତୀ ତାରିଖ ଦିଆଯାଇଛି । ବର୍ତ୍ତମାନ ଜ୍ଞାନବାପୀ ମାମଲାର ଶୁଣାଣି ମେ 26 ରେ ହେବ । ଏଥି ସହିତ ଆୟୋଗର ରିପୋର୍ଟରେ ଆପତ୍ତି ଉଠାଇବାକୁ ଏବଂ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଉଭୟ ପକ୍ଷଙ୍କୁ କହିଛନ୍ତି । ଶୁଣାଣି ପରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ ମାମଲାକୁ ପ୍ରତ୍ୟାଖ୍ୟାନ କରିବା ନେଇ ମୁସଲମାନ ଦଳର ଆବେଦନ 7 11 ସିପିସି ଅଧୀନରେ ଥିବା ଆବେଦନକୁ 26 ମଇରେ ଶୁଣାଣି ପାଇଁ ସ୍ଥିର କରାଯାଇଛି ।
ସୋମବାର ଦିନ କୋର୍ଟରେ ଶୁଣାଣି ବେଳେ ଗୋଟିଏ ପକ୍ଷ ଜ୍ଞାନପାପୀ ପରିସରରେ ମା ଶୃଙ୍ଗାର ଗୌରୀଙ୍କ ପୂଜାପାଠ କରିବାକୁ ଅନୁମତି ଦେବା ଏବଂ ଅନ୍ୟ ଦେବତାମାନଙ୍କୁ ସଂରକ୍ଷଣ କରିବାକୁ ଦାବି କରିଥିଲେ । ଏପରି ପରିସ୍ଥିତିରେ ଜ୍ଞାନବାପୀ ମାମଲାରେ ପୂଜାପାଠ ସ୍ଥାନ (ସ୍ୱତନ୍ତ୍ର ପ୍ରୋଭିଜନ୍ସ) ଆକ୍ଟ, 1991 ପ୍ରଯୁଜ୍ୟ କି ନୁହେଁ ତାହା ମଧ୍ୟ କୋର୍ଟ ନିଷ୍ପତ୍ତି ନେବେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications