For Quick Alerts
Turn On Notification  
For Daily Alerts
Oneindia App Download

ମେ 26 ରେ ଜ୍ଞାନବପୀ ମସଜିଦ ମାମଲାର ପରବର୍ତ୍ତୀ ଶୁଣାଣି, ରିପୋର୍ଟ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ

ମଙ୍ଗଳବାର ବାରାଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ପରେ ପରବର୍ତ୍ତୀ ତାରିଖ ଦିଆଯାଇଛି । ବର୍ତ୍ତମାନ ଜ୍ଞାନବାପୀ ମାମଲାର ଶୁଣାଣି ମେ 26 ରେ ହେବ ।

|

ବାରଣାସୀ : ପୁଣି ଘୁଞ୍ଚିଲା ଜ୍ଞାନବାପୀ ସମଜିଦ୍ ମାମଲାର ଶୁଣାଣି । ଏହି ମାମଲାର ଶୁଣାଣି କରୁଥିବା ବାରଣାସୀ କୋର୍ଟ ଏହାର ଶୁଣାଣି ମେ 26 ରେ କରିବାକୁ କହିଛନ୍ତି । ଜ୍ଞାନବାପୀ ମସଜିଦର ସର୍ଭେ ରିପୋର୍ଟ ବାରଣାସୀ କୋର୍ଟରେ ଦାଖଲ ହେବା ପରେ ଗତକାଲି ବାରଣାସୀ କୋର୍ଟ ଶୁଣାଣି କରି ନିଷ୍ପତ୍ତି ମଙ୍ଗଳବାରକୁ ସଂରକ୍ଷଣ ରଖିଥିଲେ । ମଙ୍ଗଳବାର ପୁଣି ଥରେ ଏହି ମାମଲାରା ଶୁଣାଣି ହୋଇଥିଲା ।

Gyanvapi mosque

ମଙ୍ଗଳବାର ବାରାଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ପରେ ପରବର୍ତ୍ତୀ ତାରିଖ ଦିଆଯାଇଛି । ବର୍ତ୍ତମାନ ଜ୍ଞାନବାପୀ ମାମଲାର ଶୁଣାଣି ମେ 26 ରେ ହେବ । ଏଥି ସହିତ ଆୟୋଗର ରିପୋର୍ଟରେ ଆପତ୍ତି ଉଠାଇବାକୁ ଏବଂ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଉଭୟ ପକ୍ଷଙ୍କୁ କହିଛନ୍ତି । ଶୁଣାଣି ପରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ ମାମଲାକୁ ପ୍ରତ୍ୟାଖ୍ୟାନ କରିବା ନେଇ ମୁସଲମାନ ଦଳର ଆବେଦନ 7 11 ସିପିସି ଅଧୀନରେ ଥିବା ଆବେଦନକୁ 26 ମଇରେ ଶୁଣାଣି ପାଇଁ ସ୍ଥିର କରାଯାଇଛି ।

ସୋମବାର ଦିନ କୋର୍ଟରେ ଶୁଣାଣି ବେଳେ ଗୋଟିଏ ପକ୍ଷ ଜ୍ଞାନପାପୀ ପରିସରରେ ମା ଶୃଙ୍ଗାର ଗୌରୀଙ୍କ ପୂଜାପାଠ କରିବାକୁ ଅନୁମତି ଦେବା ଏବଂ ଅନ୍ୟ ଦେବତାମାନଙ୍କୁ ସଂରକ୍ଷଣ କରିବାକୁ ଦାବି କରିଥିଲେ । ଏପରି ପରିସ୍ଥିତିରେ ଜ୍ଞାନବାପୀ ମାମଲାରେ ପୂଜାପାଠ ସ୍ଥାନ (ସ୍ୱତନ୍ତ୍ର ପ୍ରୋଭିଜନ୍ସ) ଆକ୍ଟ, 1991 ପ୍ରଯୁଜ୍ୟ କି ନୁହେଁ ତାହା ମଧ୍ୟ କୋର୍ଟ ନିଷ୍ପତ୍ତି ନେବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Gyanvapi case : Next hearing will be held on May 26
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X