ବାରଣାସୀ ଜ୍ଞାନବାପୀ ମସ୍ଜିଦ୍ ମାମଲା : ଆଜି ଆସିବ ଚୁଡାନ୍ତ ରାୟ, 144 ଧାରା ଜାରି
ଜ୍ଞାନବାପୀ ମସଜିଦ-ଶୃଙ୍ଗାର ଗୋରୀ ମାମଲାର ଆଜି ହେବ ଶୁଣାଣି । ବାରଣାସୀ କୋର୍ଟ ଆଜି ଏହା ଉପରେ ଚୁଡ଼ାନ୍ତ ରାୟ ଶୁଣାଇବେ ।
ବାରଣାସୀ : ଜ୍ଞାନବାପୀ ମସଜିଦ-ଶୃଙ୍ଗାର ଗୋରୀ ମାମଲାର ଆଜି ହେବ ଶୁଣାଣି । ବାରଣାସୀ କୋର୍ଟ ଆଜି ଏହା ଉପରେ ଚୁଡ଼ାନ୍ତ ରାୟ ଶୁଣାଇବେ । ଜ୍ଞାନବାପୀ ପରିସରରେ ଥିବା ମା ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ପୂଜା ପ୍ରସଙ୍ଗରେ ହୋଇଥିାବା ଆବେଦନ ଉପରେ ସୋମବାର ଜିଲ୍ଲା କୋର୍ଟ ଏହାର ନିଷ୍ପତ୍ତି ଶୁଣାଇବେ ।
ସୋମବାର ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ବାରଣାସୀରେ ନିଷେଧାଦେଶ ନିର୍ଦ୍ଦେଶ (ଧାରା 144) ଲାଗୁ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ଜଜ୍ ଏ.କେ ବିଶ୍ୱେସ ଗତ ମାସରେ ସେପ୍ଟେମ୍ବର 12 ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ସମ୍ବେଦନଶୀଳ ମାମଲାରେ ଏହି ଆଦେଶ ସଂରକ୍ଷଣ କରିଥିଲେ ।

ପୋଲିସ କମିଶନର ଏ ସତୀଶ ଗଣେଶ ରବିବାର କହିଛନ୍ତି ଯେ ବାରଣାସୀ କମିଶନରେଟରେ ନିଷେଧାଦେଶ ଜାରି କରାଯାଇଛି ଏବଂ ଶାନ୍ତି ବଜାୟ ରଖିବା ପାଇଁ ଅଧିକାରୀମାନଙ୍କୁ ନିଜ ନିଜ ଅଞ୍ଚଳରେ ଧାର୍ମିକ ନେତାଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି । ଜ୍ଞାନବାପୀ ଶୃଙ୍ଗାର ଗୌରୀ ମାମଲା ଶୁଣାଣିଯୋଗ୍ୟ କି ନୁହେଁ ସେ ନେଇ କୋର୍ଟ ରାୟ ଦେବେ ।
ଆଇନ ଶୃଙ୍ଖଳା ରକ୍ଷା ପାଇଁ ସମଗ୍ର ସହରକୁ ସେକ୍ଟରରେ ବିଭକ୍ତ କରାଯାଇଛି, ଯାହାକୁ ଆବଶ୍ୟକତା ଅନୁଯାୟୀ ପୋଲିସ ଫୋର୍ସ ବଣ୍ଟନ କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ ଏବଂ ଫୁଟ୍ ମାର୍ଚ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ହୋଟେଲ ଏବଂ ଗେଷ୍ଟ ହାଉସରେ ଯାଞ୍ଚକୁ ଜୋରଦାର କରାଯାଇଥିବାବେଳେ ସୋଶାଲ ମିଡିଆ ଉପରେ ମଧ୍ୟ ନଜର ରଖାଯାଉଛି ।
ସୂଚନାଯୋଗ୍ୟ, ପାଞ୍ଚଜଣ ମହିଳା ଜ୍ଞାନବାପୀ ସମଜିଦ୍ ର ବାହାର କାନ୍ଥରେ ଥିବା ହିନ୍ଦୁ ଦେବୀ-ଦେବତାଙ୍କ ପୂଜାପାଠ ପାଇଁ ଅନୁମତି ମାଗିଥିଲେ ।ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି କହିଛି ଯେ ଜ୍ଞାନବାପୀ ମସଜିଦ ଏକ ୱାକଫ ସମ୍ପତ୍ତି ଏବଂ ଏହି ଆବେଦନର ଶୁଣାଣି ଉପରେ ପ୍ରଶ୍ନ ଉଠାଇଛି । ହିନ୍ଦୁ ପକ୍ଷର ଓକିଲ ମଦନ ମୋହନ ଯାଦବ କହିଛନ୍ତି ଯେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା କୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି । ଏହାପୂର୍ବରୁ ଏକ ଟ୍ରାଏଲ କୋର୍ଟ ପରିସରର ଭିଡିଓଗ୍ରାଫି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ସର୍ଭେ କାର୍ଯ୍ୟ 16 ମଇରେ ଶେଷ ହୋଇଥିଲା ଏବଂ ରିପୋର୍ଟ 19 ମଇରେ କୋର୍ଟରେ ଉପସ୍ଥାପିତ ହୋଇଥିଲା । ହିନ୍ଦୁ ପକ୍ଷ ଟ୍ରାଏଲ କୋର୍ଟରେ ଦାବି କରିଥିଲେ ଯେ ଜ୍ଞାନବାପୀ ମସଜିଦ-ଶୃଙ୍ଗାର ଗୌରୀ ପରିସରର ଭିଡିଓଗ୍ରାଫି ସର୍ଭେ ସମୟରେ ଏକ ଶିବଲିଙ୍ଗ ମିଳିଥିଲା, କିନ୍ତୁ ମୁସଲମାନ ପକ୍ଷ ଏହାକୁ ବିରୋଧ କରିଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications