ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ପାଇଁ ସହମତ ହେଲେ ଜାମ୍ମୁ କାଶ୍ମୀରର ନେତା, ଗୁପକର ଗଠବନ୍ଧନ ବୈଠକର ନିଷ୍ପତ୍ତି
ବୈଠକ ପରେ ଡକ୍ଟର ଅବଦୁଲ୍ଲା କହିଛନ୍ତି ଯେ ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଏମ ନେତା ମହମ୍ମଦ ତରିଗାମୀ ସାହବ, ସେ ଏବଂ ଅନ୍ୟ ନେତାମାନେ ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବେ ।
ଶ୍ରୀନଗର : ଜାମ୍ମୁ କାଶ୍ମୀରର ପ୍ରମୁଖ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀନଗରରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ଗୁପକର ମଞ୍ଚର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଡକ୍ଟର ଅବଦୁଲ୍ଲା କହିଛନ୍ତି ଯେ ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଏମ ନେତା ମହମ୍ମଦ ତରିଗାମୀ ସାହବ, ସେ ଏବଂ ଅନ୍ୟ ନେତାମାନେ ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବେ ।

ଫାରୁକ୍ ଅବଦୁଲ୍ଲା ଆହୁରି କହିଛନ୍ତି, ଆମ ମଧ୍ୟରୁ ଯାହାକୁ ବି ଡକାଯାଇଛି, ସେମାନେ ଯିବେ । ଆମେ ସମସ୍ତେ ଆଲୋଚନା କରିବୁ । ଆମର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣା । ସେଠାରେ ଆପଣ ସବୁ ବିଷୟରେ କଥାବାର୍ତ୍ତା କରିପାରିବେ । ସେମାନଙ୍କ ପକ୍ଷରୁ କୌଣସି ଏଜେଣ୍ଡା ସ୍ଥିର କରାଯାଇ ନାହିଁ । ଆମର ଆଶା ଆମେ ସବୁ ଦାବି ଗୁଡ଼ିକ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିପାରିବୁ । ଜାମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ଧାରା 370 ପୁନଃ ଲାଗୁ କରିବାକୁ ଆମେ ସେମାନଙ୍କ ନିକଟରେ ଦାବି ଉପସ୍ଥାପନ କରିବୁ ବୋଲି ସେ କହିଛନ୍ତି ।
ସର୍ବଦଳୀୟ ବୈଠକ ପୂର୍ବରୁ ମେହବୁବା ମୁଫତି କହିଛନ୍ତି, ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ନିଜେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସେମାନେ ଆମକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେଇ କୌଣସି ପ୍ରକାରର ଦୟା କରୁନାହାନ୍ତି । 2019 ଅଗଷ୍ଟ 5 ରେ ଆମ ଠାରୁ ଯାହା ସବୁ ଛଡ଼ାଇ ନିଆଯାଇଥିଲା, ତା'କୁ ଫେରାଇ ଆଣିବାକୁ ଗୁପକାର ମେଣ୍ଟ ଗଠନ କରାଯାଇଛି ବୋଲି ସେ କହିଛନ୍ତି ।
ମେହହୁବା ଆହୁରି କହିଛନ୍ତି, ସରକାର ଦୋହାରେ ତାଲିବାନ ସହ ଆଲୋଚନା କରୁଛନ୍ତି। ଯଦି ଜାମ୍ମୁ କାଶ୍ମୀରରେ ଶାନ୍ତି ଆଣିବାକୁ ପଡିବ, ତେବେ ସରକାର ପାକିସ୍ତାନ ସହ ମଧ୍ୟ ଆଲୋଚନା କରିବା ଉଚିତ। ପାକିସ୍ତାନ ସହ ଆଲୋଚନା ବିନା ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରିବ ନାହିଁ ବୋଲି ମେହବୁବା ପରୋକ୍ଷରେ ସୂଚାଇ ଦେଇଛନ୍ତି | ଏହା ବ୍ୟତୀତ ମେହବୁବା ମୁଫତି ମଧ୍ୟ କାଶ୍ମୀର ନେତାମାନଙ୍କୁ କେନ୍ଦ୍ର ସରକାର ମୁକ୍ତ କରିବାକୁ ଦାବି କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ 24 ରେ ଜାମ୍ମୁ କାଶ୍ମୀରର ନେତାଙ୍କ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବୈଠକରେ ଯୋଗଦେବେ କି ନାହିଁ ତାହା ସ୍ଥିର କରିବା ପାଇଁ ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ମିଳିତ ମଞ୍ଚର ନେତାଙ୍କ ବୈଠକ ଡକାଯାଇଥିଲା ।
ଆପଣଙ୍କୁ କହିରଖୁଛୁ ଯେ ଅଗଷ୍ଟ 2019 ରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ଅଧିକାରକୁ ରଦ୍ଦ କରିଦେଇଥିଲେ ଏବଂ ରାଜ୍ୟ ମାନ୍ୟତା ମଧ୍ୟ ରଦ୍ଦ କରିଦେଇଥିଲେ । ଏହାକୁ ବିରୋଧ କରି ଜାମ୍ମୁ କାଶ୍ମୀରର ବିଜେପି ବ୍ୟତୀତ ଦଳର ଅଧିକାଂଶ ବଡ ନେତା ଏକାଠି ହୋଇଛନ୍ତି । ଏହାକୁ 'ପିପୁଲ୍ସ ଆଲାଇନ୍ସ ଫର୍ ଡିକ୍ଲେରାନ୍ସ' ନାମ ଦିଆଯାଇଛି । ଗୁପକାର ରୋଡରେ ଥିବା ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ପ୍ରଥମ ବୈଠକ ହେତୁ ଏହା ଗୁପକାର ଆଲାଏନ୍ସ କୁହାଯାଉଛି । ଏହି ମିଳିତ ମଞ୍ଚ ବର୍ତ୍ତମାନ କାଶ୍ମୀର ରାଜନୀତି ସହ ଜଡିତ ନିଷ୍ପତ୍ତି ନେଉଛି ।
5 ଅଗଷ୍ଟ, 2019 ପୂର୍ବରୁ ଜାମ୍ମୁ କାଶ୍ମୀର ନିକଟରେ ଥିବା ସ୍ୱତନ୍ତ୍ର ଅଧିକାର ଏବଂ ରାଜ୍ୟତା ଫେରାଇ ଆଣିବାକୁ ଗୁପକର ମିଳିତ ମଞ୍ଚ ଦାବି କରୁଛି । ଗୁପକର ଘୋଷଣାନାମାରେ ଜାମ୍ମୁ କାଶ୍ମୀରରେ ଧାରା 370 ଏବଂ 35-ଏ ପ୍ରତ୍ୟାହାର ପାଇଁ ଦାବି ରହିଛି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications