ଗୁଲାମ ନବୀ ଆଜାଦଙ୍କ 14 ବର୍ଷ ତଳର ଭିଡିଓ, ମୋଦୀଙ୍କୁ କଲା ଭାବପ୍ରବଣ, ଆଖିରେ ଆଣିଲା ଲୁହ

2007 ମସିହାରେ ଯେତେବେଳେ ଜମ୍ମୁ-କାଶ୍ମୀରରେ ଗୁଜୁରାଟର ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ଗୁଲାମ ନବୀ ଆଜାଦ ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ, ସେତେବେଳେର କଥା ମନେ ପକାଇ ମୋଦୀ ଭାବପ୍ରବଣ ହୋଇଯାଇଥିଲେ

ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ ସମେତ ଚାରିଜଣ ସାଂସଦଙ୍କ ବିଦାୟ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହେବା ସହ କାନ୍ଦି ପକାଇଥିଲେ । ସେହି ସମୟରେ, ରାଜ୍ୟସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ସହ ଲାଇଭ୍ ଟେଲିକାଷ୍ଟ ଦେଖୁଥିବା ଲୋକ ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ 14 ବର୍ଷ ପୂର୍ବର ଏପରି ଏକ ଘଟଣା ବିଷୟରେ କହିଥିଲେ, ଯେତେବେଳେ ଉଭୟ ମୋଦୀ ଏବଂ ଆଜାଦ ଯଥାକ୍ରମେ ଗୁଜରାଟ, ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ । 2007 ମସିହାରେ ଯେତେବେଳେ ଜମ୍ମୁ-କାଶ୍ମୀରରେ ଗୁଜୁରାଟର ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ଗୁଲାମ ନବୀ ଆଜାଦ ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ, ସେତେବେଳେର କଥା ମନେ ପକାଇବା ସମୟରେ ମୋଦୀ ଭାବପ୍ରବଣ ହେବା ସହ କାନ୍ଦି ପକାଇଥିଲେ । ଦେଖନ୍ତୁ ଗୁଲାମ ନବା ଆଜାଦଙ୍କର ସେହି 14 ବର୍ଷ ତଳର ପୁରୁଣା ଭିଡ଼ିଓ ।

ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗୁଲାମ ନବୀ ଆଜାଦଙ୍କ ବିଦାୟୀ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେହି ଆତଙ୍କବାଦୀ ଘଟଣା ପରେ ସେ ଆଜାଦଙ୍କ ଉଦ୍ୟମକୁ ଭୁଲି ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, 'ଆତଙ୍କବାଦୀ ଆକ୍ରମଣ କାରଣରୁ ଗୁଜରାଟର ଲୋକମାନେ କାଶ୍ମୀରରେ ଫସି ରହିଥିବା ବେଳେ ଶ୍ରୀ ଆଜାଦ ଏବଂ ପ୍ରଣବ ମୁଖାର୍ଜୀଙ୍କ ଉଦ୍ୟମକୁ ମୁଁ କେବେବି ଭୁଲି ପାରିବି ନାହିଁ । ସେଦିନ ରାତିରେ ..... ଗୁଲାମ ନବୀ ଜୀ ଫୋନ୍ କରିଥିଲେ...... 'ଏତିକି କହିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଖିରୁ ଲୁହ ଆସିଯାଇଥିଲା ଏବଂ ସେ ଗଳା ସଫା କରିବା ପାଇଁ ପାଣି ପିଇଥିଲେ । ଏହା ସମଗ୍ର ଗୃହ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, 'ତାଙ୍କ ଚିନ୍ତା ସେତେବେଳେ ଏପରି ଥିଲା, ଲାଗୁଥିଲା ଯେପରି ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ସେ ବିଚଳତି ଅଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଆଜାଦଙ୍କ ବିଷୟରେ ନିଜର ଭାବନା ପ୍ରକାଶ କରିବା ସମୟରେ କହିଥିଲେ, 'ସରକାର ଆସେ, ଯାଏ । କିନ୍ତୁ, ତୁମେ ଏହାକୁ କିପରି ଚଲାଇବ ........ 'କହି ସେ ପୁଣି ଭାବପ୍ରବଣ ହୋଇ ଆଜାଦଙ୍କୁ ଅଭିବାଦନ ଜଣାଇଲେ । ସେ ଆହୁରି ମଧ୍ୟ କହିଛନ୍ତି- ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା ।

Narendra-Modi-Gulam-Nabi-Azad

ଏହି ଘଟଣାରେ ଆଜାଦ ମଧ୍ୟ ହେଲେ ଭାବପ୍ରବଣ

ଗୁଲାମ ନବୀ ଆଜାଦ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ଉପରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ସମ୍ପର୍କ ଏବଂ ଦଳୀୟ ରାଜନୀତିକୁ ଅଲଗା ରଖିଛନ୍ତି । ସେ କହିଛନ୍ତି- 'ଆମେ ଗୃହରେ ହଙ୍ଗାମା କରୁ, ଆମେ ଦୀର୍ଘ ସମୟ ଧରି ବିତର୍କ କରିଥିଲୁ, କିନ୍ତୁ ଆପଣ ଏହାକୁ ବ୍ୟକ୍ତିଗତ ସମ୍ପର୍କକୁ ପ୍ରଭାବିତ କରିବାକୁ ଦିଅନ୍ତି ନାହିଁ ।' ଏହା ପରେ ସେ ମଧ୍ୟ ଏହି ଘଟଣା ବିଷୟରେ କହିଥିଲେ, ଯାହା ପିଏମ ମୋଦୀଙ୍କ ଆଖିରେ ଲୁହ ଆଣିଥିଲା ​​। ଆଜାଦ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହେବାର ଦୁଇ ଦିନ ପରେ ଏହି ଘଟଣା ଘଟିଥିଲା । ​​ଯେତେବେଳେ ଗୁଜୁରାଟର ପର୍ଯ୍ୟଟକମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆଜାଦ ଏହି ଘଠଣାକୁ ମନେ ପକାଇ କହିଥିଲେ, "ବିମାନବନ୍ଦରରେ, ପରିବାର ସଦସ୍ୟଙ୍କୁ ହରାଇଥିବା ପିଲାମାନେ ମୋର ପାଦ ଧରିଥିଲେ ....... ମୁଁ କାନ୍ଦି ପକାଇଥିଲି .... ହେ ଭଗବାନ, ତୁମେ ଏହା କିପରି କରିପାରିଲ, ମୁଁ ଏହି ପିଲାମାନଙ୍କୁ କ'ଣ ଉତ୍ତର ଦେବି, ଏହି ଲୋକମାନେ ଯେଉଁମାନେ ବୁଲିବାକୁ ଆସିଥିଲେ ଏବଂ ବର୍ତ୍ତମାନ ଶବକୁ ବୋହି ନେଉଛନ୍ତି ....... ' କହି ଆଜାଦ କାନ୍ଦି ପକାଇଥିଲେ ।

2007 ଭିଡିଓ, ଯେଉଁଥିରେ ମୋଦୀ ଭାବପ୍ରବଣ ହୋଇଥିଲେ, ତାହା ଜୁଲାଇ 30, 2007 ର ଘଟଣାର । ତତ୍କାଳୀନ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗୁଜୁରାଟ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଦେଖି ନିଜକୁ ଅଟକାଇ ପାରିନଥିଲେ ଏବଂ ଅନିୟନ୍ତ୍ରିତ ଭାବରେ କାନ୍ଦୁଥିଲେ । ସେହି ସମୟରେ, ସେ କେବଳ ଏହା କହିପାରିଲେ - 'ଫୁଲ .... ଫଳ ସହିତ ପଠାଇବାକୁ ଥିଲା.... କିନ୍ତୁ ... ମୁଁ ଶବ ପଠାଉଛି ........ ମୁଁ ବହୁତ ଦୁଃଖିତ ..ଆପଣମାନେ କ୍ଷମା କରନ୍ତୁ....

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+