ଗୁଜୁରାଟରେ ଏକ ବଡ଼ ଦୁର୍ଘଟଣା : ଟ୍ରକ୍-ଭ୍ୟାନ୍ ଧକ୍କା, ଶିଶୁ ସମେତ ଗୋଟିଏ ପରିବାରର 10 ଜଣଙ୍କ ପ୍ରାଣହାନୀ
ତାରାପୁର ନିକଟରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର 10 ଜଣଙ୍କ ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି ।
ଅହମ୍ମଦାବାଦ : ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଆଜି ଏକ ବଡ଼ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତାରାପୁର ନିକଟରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର 10 ଜଣଙ୍କ ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି । ଅନେକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏଥିସହ ଆହତମାନଙ୍କୁ ତାରାପୁର ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ଭ୍ୟାନ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲା । ଟ୍ରକଟି ସେହି ଭ୍ୟାନ ଉପରେ ମାଡ଼ି ଯିବାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ପୋଲିସର ତଦନ୍ତ ଚାଲିଛି ।












Click it and Unblock the Notifications