ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ଗୁଜୁରାଟ ସରକାର
ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୟୁନିଫର୍ମ ସିଭିଲ କୋଡ ପ୍ରଣୟନ ପାଇଁ ପଦକ୍ଷେପ ନେଇପାରନ୍ତି । ଏହାର ମୂଲ୍ୟାଙ୍କନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇପାରନ୍ତି ବୋଲି କୁହାଯାଉଛି ।
ଗାନ୍ଧୀନଗର : ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୟୁନିଫର୍ମ ସିଭିଲ କୋଡ ପ୍ରଣୟନ ପାଇଁ ପଦକ୍ଷେପ ନେଇପାରନ୍ତି । ଏହାର ମୂଲ୍ୟାଙ୍କନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇପାରନ୍ତି ବୋଲି କୁହାଯାଉଛି । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଏହି କମିଟି ଗଠନ ହେବାର ସମ୍ଭାବନା ରହିଛି ।

ଏହାପୂର୍ବରୁ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ସରକାର ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ନିଜ ନିଷ୍ପତ୍ତି ଘୋଷଣା କରିଛନ୍ତି । ୟୁନିଫର୍ମ ସିଭିଲ୍ କୋଡ୍ ହେଉଛି ଭାରତରେ ନାଗରିକମାନଙ୍କର ବ୍ୟକ୍ତିଗତ କାନୁନ ସୃଷ୍ଟି କରିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବ ଯାହା ସେମାନଙ୍କର ଧର୍ମ, ଲିଙ୍ଗ ଏବଂ ଯୌନ ଆଭିମୁଖ୍ୟ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ପ୍ରଯୁଜ୍ୟ ।
ଅନେକ ରାଜନୈତିକ ନେତା ୟୁସିସି (ୟୁନିଫର୍ମ ସିଭିଲ କୋଡ) କୁ ସମର୍ଥନ କରି କହିଛନ୍ତି ଯେ ଏହା ଦେଶରେ ସମାନତା ଆଣିବ ।












Click it and Unblock the Notifications