Get Updates
Get notified of breaking news, exclusive insights, and must-see stories!

'ଲଭ୍ ଜିହାଦ୍' ଆଇନ ଉପରେ ଗୁଜୁରାଟ ସରକାରଙ୍କୁ ବଡ ଝଟକା, ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରୋକିଲେ ନାହିଁ ସୁପ୍ରିମକୋର୍ଟ

ଲଭ୍ ଜିହାଦ'କୁ ରୋକିବା ପାଇଁ ଆଇନ ପ୍ରସଙ୍ଗରେ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ଼ ଝଟକା ମିଳିଛି । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶର କିଛି ପ୍ରାବଧାନ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ।

ଅହମ୍ମଦାବାଦ : 'ଲଭ୍ ଜିହାଦ'କୁ ରୋକିବା ପାଇଁ ଆଇନ ପ୍ରସଙ୍ଗରେ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ଼ ଝଟକା ମିଳିଛି । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶର କିଛି ପ୍ରାବଧାନ ଉପରେ ରୋକ ଲଗାଇବାକୁ ମନା କରିବା ସହ ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି । ତେବେ ସୁପ୍ରିମକୋର୍ଟ ଏହି ମାମଲାର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

supreme court of India

ସରକାରଙ୍କ ଆବେଦନ ଉପରେ ବିଜ୍ଞପ୍ତି ଜାରି

ଜଣେ ଓକିଲ କହିଛନ୍ତି ଯେ ଗୁଜୁରାଟ ସରକାରଙ୍କ ଆବେଦନ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏଥି ସହିତ, ପୂର୍ବରୁ ଗୁଜୁରାଟ ହାଇକୋର୍ଟ କହିଥିଲେ ଯେ ଯେ ପର୍ଯ୍ୟନ୍ତ ପ୍ରମାଣିତ ନ ହୋଇଛି କି ଝିଅକୁ ପ୍ରଲୋଭିତ କରି ଫସା ଯାଇଛି, ତେବେ ଲଭ୍ ଜିହାଦ୍ ଆକ୍ଟ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇପାରିବ ନାହିଁ । ଗୁଜୁରାଟ ହାଇକୋର୍ଟରୁ ଝଟକା ମିଳିବା ପରେ ଗୁଜରାଟ ସରକାର ସୁପ୍ରିମକୋର୍ଟଙ୍କ ନିକଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଲଭ୍ ଜିହାଦ ଆଇନ ଉପରେ ଥଇଥାନ ଆଶା କରିଥିବା ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟ ମଧ୍ୟ ଝଟକା ଦେଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ ଅଗଷ୍ଟ ମାସରେ ଗୁଜୁରାଟ ହାଇକୋର୍ଟ ଲଭ୍ ଜିହାଦ ବିରୋଧୀ ଆଇନ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଲଭ୍ ଜିହାଦ୍ ଆକ୍ଟର କିଛି ବିଭାଗର ଧାରାକୁ ହାଇକୋର୍ଟ ସ୍ଥଗିତ ରଖିଥିଲେ । ଏକ ଇସଲାମିକ ସଂଗଠନ ଜମିୟତ ଉଲେମା-ଇ-ହିନ୍ଦ ର ଆବେଦନ ଉପରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । କାରଣ "ଲଭ୍ ଜିହାଦ" ରେ ମୁସଲମାନମାନଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଥିଲା ଏବଂ ତେଣୁ ଗୁଜୁରାଟ ସରକାରଙ୍କ ନୂତନ ନିୟମ ଉପରେ ରୋକ ଲଗାଇବାକୁ ଜମିୟତ ଦାବି କରିଥିଲା ।

ତଥାକଥିତ ଲଭ୍ ଜିହାଦକୁ ରୋକିବା ପାଇଁ ଗୁଜୁରାଟ ସରକାର 15 ଜୁନ୍ 2021 ରେ 'ଗୁଜୁରାଟ ଧାର୍ମିକ ସ୍ୱତନ୍ତ୍ରତା (ସଂଶୋଧନ) ଅଧିନିୟମ 2021' କୁ ଲାଗୁ କରିଥିଲେ । ଯାହାକୁ ମୁସଲମାନ ସଂଗଠନଗୁଡ଼ିକ ବିରୋଧ କରିଥିଲେ । ଗୁଜୁରାଟ ହାଇକୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ । ଏହା ପରେ ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଯେଉଁମାନେ ଏକ ଅନ୍ତଃ ଧାର୍ମିକ ବିବାହରେ ବଳ କିମ୍ବା ଠକେଇର କୌଣସି ପ୍ରମାଣ ଦେଖାଇ ନାହାଁନ୍ତି ସେମାନଙ୍କ ପାଇଁ ଏହି ଆଇନର ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ । ଅଦାଲତ କହିଥିଲେ ଯେ ଯେପର୍ଯ୍ୟନ୍ତ ଏହା ପ୍ରମାଣ ନହୁଏ ଯେ ଝିଅକୁ ପ୍ରଲୋଭିତ କରି ଫସା ଯାଇଛି, ତେବେ କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି FIR ପଞ୍ଜୀକୃତ ହେବା ଉଚିତ ନୁହେଁ । ବୟସ୍କଙ୍କ ମଧ୍ୟରେ ନିଜର ଅନୁମତି, ପ୍ରଲୋଭନ ତଥା ଧୋକା ବିନା ଆନ୍ତ - ଧର୍ମ ବିବାହକୁ ବେଆଇନ ରୂପାନ୍ତର ଉଦ୍ଦେଶ୍ୟରେ ବିବାହ ବୋଲି କୁହାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ ।

2021 ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନର ଉତ୍ତରରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ବିଶ୍ୱାସ କରାଯାଉଛି ଯେ ସୁପ୍ରିମକୋର୍ଟ ଏହି ମାମଲାର ଯାଞ୍ଚ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+