ଶ୍ରୀନଗରର ଚନାପୋରା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ, CRPF ଦଳ ଉପରକୁ ଗ୍ରେନେଡ ମାଡ଼

ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରର ଚନାପୋରା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୂଚନାନୁସାରେ, ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ CRPF ଦଳ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଯବାନ ଏବଂ ଜଣେ ମହିଳା ଆହତ ହୋଇଥିବା ଜଣାପଡ଼ିଛି ।

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରର ଚନାପୋରା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୂଚନାନୁସାରେ, ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ CRPF ଦଳ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଯବାନ ଏବଂ ଜଣେ ମହିଳା ଆହତ ହୋଇଥିବା ଜଣାପଡ଼ିଛି ।

jammu and kashmir
ଜାମ୍ମୁ କାଶ୍ମୀର ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏହି ଆତଙ୍କବାଦୀ ଆକ୍ରମଣକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀମାନେ ଚନାପୋରାରେ CRPF- BN 29 ଉପରକୁ ଗ୍ରେନେଡ ଫିଙ୍ଗିଛନ୍ତି । ଏହି ଘଟଣାରେ ଜଣେ CRPF ଯବାନ ଏବଂ ଜଣେ ସ୍ଥାନୀୟ ମହିଳା ଆହତ ହୋଇଛନ୍ତି । ଏଥି ସହିତ ସୁରକ୍ଷା ବାହିନୀ ଆକ୍ରମଣକାରୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ।

ଆପଣଙ୍କୁ କହି ରଖୁଛୁ, ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଆହୁରି ମଧ୍ୟ, ହୁରିଅତର ନୂତନ ଅଧ୍ୟକ୍ଷ ଭାବେ ମସାରତ ଆଲାମଙ୍କୁ ନିଯୁକ୍ତି ଦିଆଯିବା ପରେ ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିପାରେ । ଏନେଇ ପୋଲିସ ଏବଂ ସେନା ଅଧିକାରୀମାନେ ପୂର୍ବରୁ ପ୍ରକାଶ କରିଛନ୍ତି । ଏହା ସହିତ ଉପତ୍ୟକାରେ ବିରୋଧ ପ୍ରଦର୍ଶନ ମଧ୍ୟ ବୃଦ୍ଧି ହୋଇପାରେ ।
ଆମେ ଆପଣଙ୍କୁ କହିରଖୁଛୁ ଯେ ଗତ ସପ୍ତାହରେ ଅନନ୍ତନାଗ ଜିଲ୍ଲାର ଶେରବାଗରେ ଆତଙ୍କବାଦୀମାନେ ଏକ ପୋଲିସ୍ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ମଧ୍ୟ ଏଠାରେ ଗ୍ରେନେଡ ଫିଙ୍ଗିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+