ଜୁନ୍ ମାସର ବକେୟା 16,982 କୋଟି ବକେୟା ଜିଏସଟି ଦେବେ ସରକାର -ନିର୍ମଳା ସୀତାରମଣ

ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟଙ୍କାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକରାତ୍ମକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜୁନ୍ ମାସ ପାଇଁ ବକେୟା ₹ 16,982 କୋଟି ଟଙ୍କା ଅଛି । ଆଜିଠାରୁ ସରକାର ଏହା ଦେବେ ।

Nirmala Sitharaman

ନୂଆଦିଲ୍ଲୀ: କେନ୍ଦର ଉପରେ ଜିଏସଟି ବକେୟା ନେଇ ହଜାର ହଜାର କୋଟି ଟଙ୍କା ପଡ଼ି ରହିଛି । ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟଙ୍କାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକରାତ୍ମକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜୁନ୍ ମାସ ପାଇଁ ବକେୟା ₹ 16,982 କୋଟି ଟଙ୍କା ଅଛି । ଆଜିଠାରୁ ସରକାର ଏହା ଦେବେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜିଏସଟି କ୍ଷତିପୂରଣର ସମସ୍ତ ବିଚାରାଧୀନ ବାଲାନ୍ସ ଆଜିଠାରୁ କ୍ଲିଅର କରାଯିବ । ସେ କହିଛନ୍ତି, ଜିଏସଟି ସମ୍ପୂର୍ଣ୍ଣ ବକେୟା ଜୁନ୍ ପାଇଁ ମୋଟ 16,982 କୋଟି ଟଙ୍କା ପ୍ରଦାନ କରାଯିବ ।

କେବେ ଏହି ବକେୟା ରାଶି ଦିଆଯିବ ସେ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ପରିମାଣ ପ୍ରକୃତରେ କ୍ଷତିପୂରଣ ପାଣ୍ଠିରେ ଉପଲବ୍ଧ ନୁହେଁ । ଆମେ ଏହି ରାଶିକୁ ନିଜ ଉତ୍ସରୁ ଦେବାକୁ ନିଷ୍ପତ୍ତି ନେଇଛୁ । ଭବିଷ୍ୟତରେ କ୍ଷତିପୂରଣ ସେସ୍ ସଂଗ୍ରହରୁ ଏହି ରାଶଇ ପୁନରୁଦ୍ଧାର କରାଯିବ ।

ଅର୍ଥ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ @FinMinIndia ସୂଚନା ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର 49 ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+