ଜୁନ୍ 21 ରୁ ମାଗଣା ଟୀକାକରଣ ପାଇଁ କେନ୍ଦ୍ରର ନୂତନ ଗାଇଡଲାଇନ, ଜନସଂଖ୍ୟା ଆଧାରରେ ରାଜ୍ୟମାନଙ୍କୁ ଦିଆଯିବ ଟିକା

ଜନସଂଖ୍ୟା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନସଂଖ୍ୟା, ରୋଗର ସ୍ଥିତି, ଟୀକାକରଣର ଅଗ୍ରଗତି ଆଧାରରେ ଟୀକାର ମାତ୍ରା ବଣ୍ଟନ କରାଯିବ । ଟୀକା ଅପଚୟକୁ ନେଇ ସଜାଗ ରହିବାକୁ କେନ୍ଦ୍ର ଗାଇଡଲାଇନରେ କୁହାଯାଇଛି ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ଦେଶକୁ ଦେଇଥିବା ସମ୍ବୋଧନରେ ଘୋଷଣା କରିଛନ୍ତି ଯେ ଜୁନ୍ 21 ରୁ କେନ୍ଦ୍ର ସରକାର 18 ବର୍ଷରୁ ଅଧିକ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ଟୀକାକରଣ କରିବେ । ଏହା ପରେ ଆଜି ଜୁନ୍ 21 ରୁ ଜାତୀୟ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ପାଇଁ କେନ୍ଦ୍ର ଦ୍ୱାରା ଏକ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି । କେଉଁ ଆଧାରରେ ରାଜ୍ୟମାନେ ଟିକା ପାଇବେ ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକରେ ଏହାର ମୂଲ୍ୟ କିପରି ସ୍ଥିର କରାଯିବ ତାହା ଗାଇଡଲାଇନରେ କୁହାଯାଇଛି ।

corona-virus

କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଶୋଧିତ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଜନସଂଖ୍ୟା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନସଂଖ୍ୟା, ରୋଗର ସ୍ଥିତି, ଟୀକାକରଣର ଅଗ୍ରଗତି ଆଧାରରେ ଟୀକାର ମାତ୍ରା ବଣ୍ଟନ କରାଯିବ । ଟୀକା ଅପଚୟକୁ ନେଇ ସଜାଗ ରହିବାକୁ କେନ୍ଦ୍ର ଗାଇଡଲାଇନରେ କୁହାଯାଇଛି । ଯଦି କୌଣସି ରାଜ୍ୟରେ ଟିକା ଅଧିକ ଅପଚୟ ହୁଏ, ତା'ହେଲେ ସେହି ରାଜ୍ୟକୁ ଟିକା ବଣ୍ଟନ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ, ଅର୍ଥାତ୍ ଏହାର ମାତ୍ରା ହ୍ରାସ ହୋଇପାରେ ।

ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଉପଲବ୍ଧ ଟିକା ବିଷୟରେ ଗାଇଡଲାଇନରେ କୁହାଯାଇଛି ଯେ ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ ଟିକା ଡୋଜର ମୂଲ୍ୟ ପ୍ରତ୍ୟେକ ଟିକା ନିର୍ମାତା ଘୋଷଣା କରିବେ । ଏହା ବ୍ୟତୀତ, କୌଣସି ପରିବର୍ତ୍ତନ ହେଲେ ଡାକ୍ତରଖାନାଗୁଡ଼ିକୁ ଆଗୁଆ ସୂଚନା ଦିଆଯିବ । ଏହି ଟିକାର ସ୍ଥିର ମୂଲ୍ୟ ବ୍ୟତୀତ ଘରୋଇ ଡାକ୍ତରଖାନାରୁ କରୋନା ଟିକା ପାଇଁ ମାତ୍ର 150 ଟଙ୍କା ପର୍ଯ୍ୟନ୍ତ ସର୍ଭିସ ଚାର୍ଜ ହିଁ ନିଆଯାଇପାରିବ । ଘରୋଇ ଡାକ୍ତରଖାନାଗୁଡ଼ିକରେ ଟିକା ପାଇଁ ସଠିକ୍ ମୂଲ୍ୟ ଆଦାୟ କରାଯାଉଛି କି ନାହିଁ, ଏହାର ତଦାରଖ କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କୁ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 18 ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଟିକା ଦେବା ପାଇଁ ଜୁନ 21 ରୁ ରାଜ୍ୟଗୁଡିକରେ ମାଗଣା ଟିକା ଉପଲବ୍ଧ କରାଯିବ ଏବଂ ଆଗାମୀ ଦିନରେ ଟିକା ଯୋଗାଣ ବୃଦ୍ଧି ପାଇବ । ସେ କହିଛନ୍ତି ଯେ ରାଜ୍ୟର 25 ପ୍ରତିଶତ ଅଂଶ ସମେତ ସମୁଦାୟର 75 ପ୍ରତିଶତ କେନ୍ଦ୍ର ସରକାର କ୍ରୟ କରିବେ ଏବଂ ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ । ଘରୋଇ ଡାକ୍ତରଖାନାଗୁଡ଼ିକ ତଥାପି 25 ପ୍ରତିଶତ ଟିକା ପାଇବାକୁ ଜାରି ରଖିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+