FASTag ଜରିଆରେ ଟୋଲ୍ ଆଦାୟ ସମୟସୀମା 15 ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି
କେନ୍ଦ୍ର ସରକାର FASTag ବ୍ୟବହାରର ସମୟସୀମାକୁ 15 ଫେବୃଆରୀ 2021 କୁ ବୃଦ୍ଧି କରିଛନ୍ତି | 1 ଜାନୁୟାରୀ 2021 ରୁ ଟୋଲ ଟାକ୍ସ ଆଦାୟ କେବେଳ FASTag ମାଧ୍ୟମରେ କରାଯିବ ବୋଲି ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପୂର୍ବରୁ ଘୋଷଣା କରିଥିଲା |
ନୂଆଦିଲ୍ଲୀ : କେନ୍ଦ୍ର ସରକାର FASTag ବ୍ୟବହାରର ସମୟସୀମାକୁ 15 ଫେବୃଆରୀ 2021 କୁ ବୃଦ୍ଧି କରିଛନ୍ତି | 1 ଜାନୁୟାରୀ 2021 ରୁ ଟୋଲ ଟାକ୍ସ ଆଦାୟ କେବେଳ FASTag ମାଧ୍ୟମରେ କରାଯିବ ବୋଲି ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପୂର୍ବରୁ ଘୋଷଣା କରିଥିଲା | କିନ୍ତୁ ସରକାର ଏହାର ସମୟସୀମା ଆହୁରି ଦେଢମାସ ବଢାଇ 15 ଫେବୃଆରୀକୁ ବୃଦ୍ଧି କରିଛନ୍ତି |
NHAI କହିଥିଲା ଯେ ଟୋଲ୍ ପ୍ଲାଜାରେ ନଗଦ ସଂଗ୍ରହ ଜାନୁୟାରୀ 1 ରୁ ବନ୍ଦ ହେବ ଏବଂ କେବଳ FASTag ଚାଲିବ | ବର୍ତ୍ତମାନ ଏହାର ସମୟସୀମା ବୃଦ୍ଧି କରାଯାଇଛି | ବର୍ତ୍ତମାନ ଅନେକ ଡ୍ରାଇଭର ନଗଦ ଆକାରରେ ଟୋଲ ଟ୍ୟାକ୍ସ ଦେଉଛନ୍ତି | ବହୁ ଲୋକଙ୍କ ପାଖରେ FASTag ନାହିଁ | ଏଭଳି ପରିସ୍ଥିତିରେ କେବଳ FASTag ମାଧ୍ୟମରେ ଟ୍ୟାକ୍ସ ଆଦାୟ କଲେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ସରକାର କେବଳ FASTag ମାଧ୍ୟମରେ ଟିକସ ସଂଗ୍ରହ କରିବାକୁ ଚାହୁଁଛନ୍ତି |

ଫାଷ୍ଟାଗ୍ ହେଉଛି ଏକ ରେଡିଓ ଫ୍ରିକ୍ୱେନ୍ସି ଟ୍ୟାଗ୍ ଯାହା ଗାଡିର ସାମ୍ନାରେ ଲଗାଯାଇଥାଏ | ଏହାକୁ ରିଚାର୍ଜ କରିହେବ ଏବଂ ଏକ ପ୍ରିପେଡ୍ ଆକାଉଣ୍ଟ୍ / ଇ-ୱାଲେଟ୍ ସହିତ ଲିଙ୍କ ରହିଥାଏ | ଟୋଲ୍ ବୁଥରେ ଆପେଆପେ ଫି କଟିଥାଏ |
ଦେଶରେ 2016 ରେ FASTag ଲାଗୁ କରାଯାଇଥିଲା ଏବଂ ଚାରିଟି ବ୍ୟାଙ୍କ ସେହି ବର୍ଷ ଏକ ଲକ୍ଷ ଟ୍ୟାଗ୍ ଜାରି କରିଥିଲେ | ଏହା ପରେ, 2017 ରେ ସାତ ଲକ୍ଷ ଫାଷ୍ଟାଗ୍ ଏବଂ 2018 ରେ 34 ଲକ୍ଷ FASTag ଜାରି କରାଯାଇଥିଲା | କେନ୍ଦ୍ରୀୟ ମୋଟର ଯାନ ନିୟମ, 1989 ଅନୁଯାୟୀ ଡିସେମ୍ବର 1, 2017 ଠାରୁ ନୂତନ ଚାରି ଚକିଆ ପଞ୍ଜିକରଣ ପାଇଁ ଫାଷ୍ଟାଗ୍ ବାଧ୍ୟତାମୂଳକ କରାଯାଇଛି |












Click it and Unblock the Notifications