For Quick Alerts
Turn On Notification  
For Daily Alerts
Oneindia App Download

Fact Check : କରୋନା ଟିକା ନେବା ପରେ ଶରୀର ପାଲଟିଛି ଚୁମ୍ବକ, ସାମ୍ନାକୁ ଆସିଲା ସରକାରୀ ବୟାନ

ଦ୍ୱିତୀୟ ଡୋଜ ନେବା ପରେ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କ ଶରୀର ଚୁମ୍ବକ ଭଳି କାର୍ଯ୍ୟ କରିବା ଆରମ୍ଭ କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କ ଶରୀରରେ ମୁଦ୍ରା, ଲୁହା ସହଜେର ଲାଗିଯାଉଛି । ତେବେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି

|

ନାସିକ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କରୋନାର ଦ୍ୱିତୀୟ ଡୋଜ ନେବା ପରେ ଏକ ଅଦ୍ଭୁତ ଦାବି କରିଛନ୍ତି । ପରିବାର ଦାବି କରିଛନ୍ତି ଯେ କରୋନା ଟିକା ଦ୍ୱିତୀୟ ଡୋଜ ନେବା ପରେ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କ ଶରୀର ଚୁମ୍ବକ ଭଳି କାର୍ଯ୍ୟ କରିବା ଆରମ୍ଭ କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କ ଶରୀରରେ ମୁଦ୍ରା, ଲୁହା ସହଜେର ଲାଗିଯାଉଛି । ତେବେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି ।

mumbai

ନାସିକର ବାସିନ୍ଦା ଅରବିନ୍ଦ ସୋନାର କହିଛନ୍ତି ଯେ, ଟିକାର ଦୁଇ ଡୋଜ ପରେ ତାଙ୍କ ଶରୀର ଚୁମ୍ବକ ଭଳି କାର୍ଯ୍ୟ କରୁଛି । ତାଙ୍କ ଦାବିକୁ ପ୍ରମାଣ କରିବା ପାଇଁ ଅରବିନ୍ଦ ସୋନାର ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ମୁଦ୍ରା ଏବଂ ଲୁହା ତାଙ୍କ ଶରୀରରେ ଲାଗିଥିବା ଦେଖାଯାଉଛି । ସେ କହିଥିଲେ, ମୁଁ ମୋ ପୁଅ ସହିତ ଏହିପରି କଥାବାର୍ତ୍ତା କରୁଥିଲି, ତା'ପରେ ସେ ମୋତେ ଏକ ଖବର ବିଷୟରେ କହିଥିଲେ ଯେ ଟିକା ନେବା ପରେ ଇସ୍ପାତ ବସ୍ତୁଗୁଡ଼ିକ ଲୋକ ଦେହରେ ଲାଗିଯାଉଛି । ମୁଁ ମଧ୍ୟ ଯାଞ୍ଚ କରିବା ପରେ ମୋ ସହ ଏପରି ହେଉଥିବା ଜାଣିଲି ।

ଏହାକୁ ପ୍ରମାଣ କରିବା ପାଇଁ ପରିବାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଘରେ ବ୍ୟବହୃତ ଚାମଚ, ଛୋଟ ଥାଳି ଏବଂ ଛୋଟ ବାସନ ତାଙ୍କ ଶରୀରରେ ଲାଗିଛି । ପରିବାର ଲୋକଙ୍କ କହିବାନୁସାରେ, ଏହି ଘଟଣାର ଭିଡିଓ କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ପ୍ରଶାସନର ଏକ ଡାକ୍ତର ଦଳ ମଧ୍ୟ ପରୀକ୍ଷା ପାଇଁ ବୁଧବାର ଏଠାରେ ପହଞ୍ଚିଥିଲେ ଏବଂ ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଟୀକାକରଣ ହେତୁ ଏହା ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

pib

ସରକାରଙ୍କ ସ୍ପଷ୍ଟୀକରଣ

ଏହି ଘଟଣା ସମ୍ପର୍କରେ ସୂଚନା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା କିପରି ଘଟୁଛି ଏବଂ ଏହି ଦାବିରେ କେତେ ସତ୍ୟତା ରହିଛି ତାହା ଅନୁସନ୍ଧାନ କରାଯାଉଛି । ଏହା ପଛରେ ପ୍ରକୃତରେ କୌଣସି ଡାକ୍ତରୀ କାରଣ ଅଛି କି ଅନ୍ୟ କିଛି ତାହା ମଧ୍ୟ ଯାଞ୍ଚ କରାଯିବ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ, PIB ରୁ ଏନେଇ ସ୍ପଷ୍ଟୀକରଣ ଆସିଛି । PIB ଟ୍ୱିଟ୍ କରି କହିଛନ୍ତି, ସୋସିଆଲ ମିଡିଆରେ ଅନେକ ପୋଷ୍ଟ / ଭିଡିଓ ଅଛି ଯେ କରୋନା ଟିକା ଲୋକଙ୍କୁ ଚୁମ୍ବକୀୟ କରିପାରେ । ଏହି ଦାବି ଭୁଲ ଅଟେ । କରୋନା ଟିକା ଲୋକମାନଙ୍କୁ ଚୁମ୍ବକୀୟ କରେ ନାହିଁ ଏବଂ ସଂପୂର୍ଣ୍ଣ ସୁରକ୍ଷିତ ଅଟେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Govt Clarifies On Nasik Person Claims Magnetic Reaction After Taking COVID Second Dose
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X