ମୋଦୀଙ୍କ ବିରୋଧରେ ଟ୍ୱିଟ କଲେ ବୋଲି ; ବ୍ୟାନ୍ ହେଲା ଟ୍ୱିଟର ଆକାଉଣ୍ଟ
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବର୍ତ୍ତମାନ 250 ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ।
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି ହିଂସା ପରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ତା ପ୍ଲାଟଫର୍ମରେ କଠୋର ପଦକ୍ଷେପ ଗ୍ରହଣ କରିଛି । ପ୍ରାୟ 550 ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । ବର୍ତ୍ତମାନ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଟ୍ୱିଟରକୁ 250 ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।

ସୂଚନାନୁସାରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବର୍ତ୍ତମାନ 250 ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି । ଜାନୁଆରୀ 30 ରେ #ModiPlanningFarmerGenocide ହ୍ୟାସଟ୍ୟାଗ୍ ସହିତ ଏହି ଟୁଇଟର ଆକାଉଣ୍ଟରେ ବିଭ୍ରାନ୍ତିକର ଏବଂ ଭୁଲ ତଥ୍ୟ ପୋଷ୍ଟ କରାଯାଇଥିଲା । ବର୍ତ୍ତମାନ ଏହି ଆକାଉଣ୍ଟଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆକାଉଣ୍ଟକୁ ବନ୍ଦ କରିବା ନେଇ ଗୃହ ମନ୍ତ୍ରଣାଳୟ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥା ଅନୁରୋଧ କରିଥିଲେ ।
ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ପରେ ଆଇନ ଶୃଙ୍ଖଳା ଯେପରି ଖରାପ ନହୁଏ ସେଥିପାଇଁ ଗୃହ ମନ୍ତ୍ରଣାଳୟ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥା ଏହି ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ । ସୂତ୍ରରୁ ପ୍ରକାଶ ଯେ ହିଂସା ପାଇଁ ପ୍ରବର୍ତ୍ତାଇବା ସାଧାରଣ ବ୍ୟବସ୍ଥା ପାଇଁ ଏକ ଗୁରୁତର ବିପଦ ଏବଂ ତେଣୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ଏହି ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ସହ ଟ୍ୱିଟକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛି ।
ଟ୍ୱିଟର ଏହି ଟୁଇଟ୍ / ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ନିକଟରେ ଟ୍ୱିଟର ଅନେକ ଲୋକଙ୍କ ଟ୍ୱିଟର ଆକାଉଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସେମାନଙ୍କୁ କିଛି ସମୟ ପାଇଁ ନିଲମ୍ବିତ କରିଛି । ଯାହାର ଆକାଉଣ୍ଟ ବନ୍ଦ ରହିଛି ସେମାନଙ୍କ ମଧ୍ୟରେ ମହମ୍ମଦ ସଲିମ, ପୂର୍ବତନ ସିପିଆଇ (ଏମ) ରାଜ୍ୟସଭା ସାଂସଦ, ପ୍ରସାର ଭାରତୀ ସିଇଓ ଶଶି ଶେଖର, ଅଭିନେତା ସୁଶାନ୍ତ ସିଂ, ଆମ୍ ଆଦମୀ ପାର୍ଟି ସହ ଜଡିତ ଆରତୀ, ରାଜନୈତିକ କାର୍ଯ୍ୟକର୍ତ୍ତା ହାନସରାଜ ମୀନା, ସଞ୍ଜୁକତା ବସୁ, ମହମ୍ମଦ ଆସିଫ ଖାନ ଏଥିରେ ସାମିଲ ଅଛନ୍ତି । ଏହା ବ୍ୟତୀତ କିଷାନ ଏକତା ମୋର୍ଚ୍ଚା ଏବଂ ଦି କାରଭାନର ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ ହୋଇଯାଇଛି । ତଥାପି, ସମସ୍ତ ବନ୍ଦ ଆକାଉଣ୍ଟଗୁଡିକ ଏହି ହ୍ୟାସଟ୍ୟାଗ୍ ବ୍ୟବହାର କରୁନାହାଁନ୍ତି ।ୋମ












Click it and Unblock the Notifications