ମଣିପୁର ହିଂସା : ମୈତୈଇ ସମ୍ପ୍ରଦାୟର ଲୋକଙ୍କୁ ଆଇଜୱାଲରୁ ଏୟାର ଲିଫ୍ଟ କରିବେ ସରକାର
ଇମ୍ଫାଲ୍ : ମଣିପୁରରେ ଚାଲିଥିବା ଜାତିଗତ ହିଂସା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଦୁଇ ମାସରୁ ଅଧିକ ସମୟ ଧରି କୁକି ଓ ମୈତୈଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ହିଂସା ଲାଗି ରହିଛି । ଏହି ସମୟରେ ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଏବଂ ହିଂସା ଖବର ସାରା ଦେଶକୁ ବିଚଳିତ କରିଛି ।

ଏହା ପରେ ସରକାର ମିଜୋରାମରୁ ମୈତୈଇ ସମ୍ପ୍ରଦାୟର ଲୋକଙ୍କୁ ଏୟାର ଲିଫ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାସ୍ତବରେ, ମିଜୋରାମର ଆଇଜୱାଲରେ କୁକି ଏବଂ ମୈତୈଇ ସମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲା । ମିଜୋରାମର ପୂର୍ବତନ ବିଦ୍ରୋହୀ ଗୋଷ୍ଠୀ ମୈତୈଇ ସମ୍ପ୍ରଦାୟର ଲୋକଙ୍କୁ ଧମକ ଦେଇଛନ୍ତି । ନିଜ ସୁରକ୍ଷା ପାଇଁ ରାଜ୍ୟ ଛାଡିବାକୁ ଧମକ ଦେଇଛନ୍ତି ।
ପୂର୍ବ ବିଦ୍ରୋହୀ ସଂଗଠନ ଏହାର ଚେତାବନୀରେ କହିଛି ଯେ ମିଜୋରାମର ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଯେଉଁଭଳି ଭାବରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇଥିଲେ ଏହା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋ। ବଢିଛି । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଦେଶର ଲୋକମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।
ପୂର୍ବତନ ବିଦ୍ରୋହୀ ଗୋଷ୍ଠୀର ଚେତାବନୀ ଉପରେ କାର୍ଯ୍ୟ କରି ମିଜୋରାମ ପୋଲିସ ଆଇଜୱାଲ ସହରର ମୈତୈଇ ସମ୍ପ୍ରଦାୟ ପାଇଁ ସୁରକ୍ଷାକୁ ତ୍ୱରାନ୍ୱିତ କରିଥିଲା । ୱାଇଟି କଲେଜ, ମିଜୋରାମ ବିଶ୍ୱବିଦ୍ୟାଳୟ, ରିପାନ୍ସ, ଜେମାବୋକ, ଜେ ଆଣ୍ଡ ଏମସି, ଫାଲକନରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି ।
ଯଦିଓ ସରକାର ମୈତୈଇ ସମ୍ପ୍ରଦାୟର ଲୋକଙ୍କୁ ଏୟାର ଲିଫ୍ଟ କରିବାକୁ ଯାଉଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହି ସଂପୂର୍ଣ୍ଣ ଯୋଜନାର ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନାହିଁ ।
ଉଲ୍ଲେଖଥାଉକି, ମଣିପୁର ଏବଂ ଦକ୍ଷିଣ ଆସାମରେ ଅନେକ ମୈତୈଇ ସମ୍ପ୍ରଦାୟର ଲୋକ ମିଜୋରାମରେ ରୁହନ୍ତି । ମୈତୈଇ ସମ୍ପ୍ରଦାୟର ଜଣେ ଛାତ୍ର କହିଛନ୍ତି ଯେ ଏହି ସମ୍ପ୍ରଦାୟର ଲୋକଙ୍କୁ ଏୟାର ଲିଫ୍ଟ କରିବାର ଯୋଜନା ଅଛି, କିନ୍ତୁ ଏହା କେବେ ହେବ ତାହା ଜଣା ପଡିନାହିଁ ।












Click it and Unblock the Notifications