ଲକ୍ଷ ଲକ୍ଷ ଗୁଗୁଲ୍ ୟୁଜର୍ସକୁ ଲାଗିପାରେ ଝଟକା ! ଡିଲିଟ୍ ହୋଇପାରେ ଆପଣଙ୍କ Gmail
ଭୁବନେଶ୍ୱର: ଫେସବୁକ ପରେ ଗୁଗୁଲ ଏହାର ୟୁଜର୍ସଙ୍କୁ ଦେଇପାରେ ଝଟକା । କମ୍ପାନୀ ଏହାର ଲକ୍ଷ ଲକ୍ଷ ୟୁଜର୍ସଙ୍କ ଆକାଉଣ୍ଟ ବନ୍ଦ କରିପାରେ । ଦୁଇ ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ପାଇଁ ନିଷ୍କ୍ରିୟ ଆକାଉଣ୍ଟକୁ ବନ୍ଦ କରିଦେବ ଗୁଲୁଲ । ଗୁଗୁଲ୍ କହିଛି ଯେ ଏହାର ନିଷ୍କ୍ରିୟ ଆକାଉଣ୍ଟ୍ ପଲିସି ଅପଡେଟ୍ ହେତୁ ଏହା କରାଯାଉଛି ।
ସେହିଭଳି ଗୁଗୁଲ କହିଛି ଯେ ଦୁଇ ବର୍ଷ କିମ୍ବା ଅଧିକ ସମୟ ଧରି ସକ୍ରିୟ ନଥିବା ଆକାଉଣ୍ଟଗୁଡ଼ିକୁ ହଟାଇବାକୁ ଯୋଜନା କରୁଛି । ଏକ ବ୍ଲଗ୍ ପୋଷ୍ଟରେ ଏହି ନିଷ୍ପତ୍ତି ଘୋଷଣା କରି ଗୁଗୁଲ୍ କହିଛି ଯେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଏହାର ବୃହତ ଉପଭୋକ୍ତା ଆଧାରରେ ବିପଦକୁ ହ୍ରାସ କରିବା ପାଇଁ ଜାରି ରହିଥିବା ପ୍ରୟାସର ଏହା ଏକ ଅଂଶ । ତିନି ବର୍ଷ ପୂର୍ବେ ଅର୍ଥାତ୍ 2020 ରେ ଗୁଗଲ୍ କହିଥିଲା ଯେ ଏହା ନିଷ୍କ୍ରିୟ ଆକାଉଣ୍ଟରେ କଣ୍ଟେଣ୍ଟ ଷ୍ଚୋରେଜକୁ ହଟାଇଦେବ, କିନ୍ତୁ ଆକାଉଣ୍ଟ ବନ୍ଦ କରିବ ନାହିଁ । କିନ୍ତୁ ବର୍ତ୍ତମାନର ଏହି ଘୋଷଣା ସେହି ନୀତିରେ ପରିବର୍ତ୍ତନ ହେତୁ କରାଯାଉଛି ।

ଏହାର ନିଷ୍ପତ୍ତି ପଛର କାରଣ ବର୍ଣ୍ଣନା କରି ଗୁଗୁଲ କହିଛି ଯେ ଆମର ଆଭ୍ୟନ୍ତରୀଣ ବିଶ୍ଳେଷଣ ଦର୍ଶାଏ ଯେ ଆକାଉଣ୍ଟଗୁଡ଼ିକ ପ୍ରାୟତଃ ଅସୁରକ୍ଷିତ, ଏବଂ ଥରେ ଏକ ଆକାଉଣ୍ଟର ତଥ୍ୟ ମିଳିଗଲେ, ଏହା ଯେକୌଣସି ଜିନିଷ ପାଇଁ ବ୍ୟବହାର କରାଯାଇପାରିବ । ତେଣୁ ଏହାକୁ ସୁରକ୍ଷିତ କରିବା ପାଇଁ ଏପରି କରାଯାଉଛି ।
ଏହି ନୀତି କେବଳ ବ୍ୟକ୍ତିଗତ ଗୁଗୁଲ୍ ଆକାଉଣ୍ଟସ୍ ପାଇଁ ପ୍ରଯୁଜ୍ୟ । କମ୍ପାନୀ ଅନୁଯାୟୀ, ଏହା ବିଦ୍ୟାଳୟ ଏବଂ ବ୍ୟବସାୟ ପରି ସଂଗଠନର ଆକାଉଣ୍ଟକୁ ପ୍ରଭାବିତ କରିବ ନାହିଁ । କିପରି ଜାଣିବେ କେଉଁ ଆକାଉଣ୍ଟ ହେବ ଡିଲିଟ୍ ଗୁଗୁଲ୍ କହିଛି ଯେ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ପଦକ୍ଷେପ ଗ୍ରହଣ କରାଯିବ । ସର୍ବପ୍ରଥମେ, ସେହି ଖାତାଗୁଡ଼ିକ ହିଟ୍ ହେବ, ଯାହା ସୃଷ୍ଟି ହୋଇଥିଲା କିନ୍ତୁ ପୁନର୍ବାର ବ୍ୟବହୃତ ହୋଇନଥିଲା । ଆକାଉଣ୍ଟ ଡିଲିଟ୍ କରିବା ପୂର୍ବରୁ ଇମେଲ ରେ ଅନେକ ବିଜ୍ଞପ୍ତି ପଠାଯିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications