ଛାଡ଼ି ଯାଇଥିବା 55 ଯାତ୍ରୀଙ୍କୁ ଦେଶର କୌଣସି ସ୍ଥାନକୁ ମାଗଣା ଟିକେଟ୍ ଦେବ ଗୋ ଫାଷ୍ଟ୍
ବିମାନଟି ବେଙ୍ଗାଲୁରୁ ବିମାନବନ୍ଦରରେ ଜାନୁୟାରୀ 9 ରେ ପାର୍କିଂ କରାଯାଇଥିଲା । ଯାତ୍ରୀମାନେ ମଧ୍ୟ ବିମାନକୁ ଅପେକ୍ଷା କରିଥିଲେ । କିନ୍ତୁ ବିମାନଟି 55 ଯାତ୍ରୀଙ୍କୁ ନ ନେଇ ଉଡ଼ାଣ ଭରିଥିଲା ।
ନୂଆଦିଲ୍ଲୀ: GoFirst ଏୟାରଲାଇନ୍ସର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିମାନ 55 ଯାତ୍ରୀଙ୍କୁ ନ ନେଇ ଉଡ଼ାଣ ଭରିଛି । ଏପରି ଅଦ୍ଭୁଦ ଘଟଣା ବାଙ୍ଗାଲୋରରୁ ଦିଲ୍ଲୀ ଯାଉଥିବା GoFirst ବିମାନ G8116 ରେ ଦେଖିବାକୁ ମିଳିଛି । ବିମାନଟି ବେଙ୍ଗାଲୁରୁ ବିମାନବନ୍ଦରରେ ଜାନୁୟାରୀ 9 ରେ ପାର୍କିଂ କରାଯାଇଥିଲା । ଯାତ୍ରୀମାନେ ମଧ୍ୟ ବିମାନକୁ ଅପେକ୍ଷା କରିଥିଲେ । କିନ୍ତୁ ବିମାନଟି 55 ଯାତ୍ରୀଙ୍କୁ ନ ନେଇ ଉଡ଼ାଣ ଭରିଥିଲା । ଏହା ପରେ ଡିଜିସିଏ ଏଥିପାଇଁ ଗୋଫାର୍ଷ୍ଟଙ୍କଠାରୁ ଏକ ରିପୋର୍ଟ ମାଗିଛି ।

ଏପରି ଅବହେଳା ପରେ ଛାଡ଼ି ଯାଇଥିବା ସମସ୍ତ ଯାତ୍ରୀଙ୍କୁ ମାଗଣା ଟିକେଟ ଦେବାକୁ ନିଷ୍ପତ୍ତି ନିଆଯାଇଛି । 55 ଜଣ ଯାତ୍ରୀଙ୍କ ମଧ୍ୟରୁ 53 ଜଣଙ୍କୁ ଦିଲ୍ଲୀ ପାଇଁ ଅନ୍ୟ ଏକ ବିମାନରେ ପଠାଯାଇଥିଲା । 2 ଜଣ ଯାତ୍ରୀ ଟିକେଟ୍ ମୂଲ୍ୟ ଫେରସ୍ତ ମାଗିବା ପରେ ବିମାନ ସେବା ଦ୍ୱାରା ଟଙ୍କା ପେରସ୍ତ କରାଯାଇଥିଲା । ଡିଜିସିଏ ଗୋଫାଷ୍ଟ ଏୟାରଲାଇନ୍ସର ଅଧିକାରୀମାନଙ୍କୁ 'କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ସେମାନଙ୍କ ନିୟାମକ ଦାୟିତ୍ୱର ଉଲ୍ଲଂଘନ ପାଇଁ କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ନେଇ ଉଲ୍ଲେଖ କରିବାକୁ କୁହାଯାଇଛି । ଉତ୍ତର ଦାଖଲ କରିବାକୁ ସେମାନଙ୍କୁ ଦୁଇ ସପ୍ତାହ ସମୟ ଦିଆଯାଇଛି ।
ଡିଜିସିଏ ରିପୋର୍ଟ ପରେ ଗୋଫାଷ୍ଟ ବିମାନ ସେବା ପକ୍ଷରୁ କ୍ଷମା ମାଗିଛନ୍ତି । ଏହି ଅସୁବିଧା ବଦଳରେ ବିମାନ କମ୍ପାନୀ ସମସ୍ତ ପ୍ରଭାବିତ ଯାତ୍ରୀଙ୍କୁ ଆସନ୍ତା 12 ମାସ ମଧ୍ୟରେ ଯେକୌଣସି ଘରୋଇ କ୍ଷେତ୍ରରେ ଯାତ୍ରା ପାଇଁ ମାଗଣା ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ବିମାନ ସେବା ଘଟଣାର ତଦନ୍ତ ଆରମ୍ଭ କରିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications