ନୀତିଶଙ୍କୁ କଟାକ୍ଷ କରି ଲେଖିଲେ ଗିରିରାଜ ସିଂହ, ‘ସାପ ଆପଣଙ୍କ ଘରେ ପସିଛି'
ଲାଲୁଙ୍କ ଏକ ପୁରୁଣା ଟ୍ୱିଟ୍ ର ଉତ୍ତର ଦେଇ ସେ କଟାକ୍ଷ କରିଛନ୍ତି । ଟ୍ୱିଟ୍ କରି ଗିରିରାଜ ଲେଖିଛନ୍ତି, ‘ସାପ ଆପଣଙ୍କ ଘରେ ପସିଛି ।'
ପାଟନା : ବିହାରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୀତିଶ କୁମାର ଆଜି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏହି ସମୟରେ ସେ ବିଜେପି ହାତ ଛାଡ଼ି ପୁଣି ପୁରୁଣା ବନ୍ଧୁ ଲାଲୁଙ୍କ ହାତ ଧରିଥିବାରୁ ବିରୋଧୀ ଆସନରେ ବସିବାକୁ ଯାଉଥିବା ବିଜେପି ବାରମ୍ବାର ଟାର୍ଗେଟ୍ କରୁଛି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ନୀତିଶଙ୍କୁ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି ।

ଏପରିକି ଲାଲୁଙ୍କ ଏକ ପୁରୁଣା ଟ୍ୱିଟ୍ ର ଉତ୍ତର ଦେଇ ସେ କଟାକ୍ଷ କରିଛନ୍ତି । ଟ୍ୱିଟ୍ କରି ଗିରିରାଜ ଲେଖିଛନ୍ତି, 'ସାପ ଆପଣଙ୍କ ଘରେ ପସିଛି ।'
ଉଲ୍ଲେଖଯୋଗ୍ୟ, 2017 ରେ ନୀତିଶ କୁମାର ଆରଜେଡି ମେଣ୍ଟ ଛାଡ଼ି ବିଜେପିକୁ ସମର୍ଥନ ଦେବା ସମୟରେ ଲାଲୁ ଯାଦବ ଟ୍ୱିଟରେ ନୀତୀଶଙ୍କୁ ସାପ ବୋଲି କହିଥିଲେ । ଲାଲୁ ଟ୍ୱିଟ କରିଥିଲଏ ଯେ 'ନୀତୀଶ ଏକ ସାପ, ଯେପରି ସାପ କାତି ଛାଡ଼େ, ସେହିପରି ନୀତୀଶ ମଧ୍ୟ କାତି ଛାଡ଼ନ୍ତି । ପ୍ରତି 2 ବର୍ଷରେ ତାଙ୍କର ନୂଆ ଚର୍ମ କଅଁଳେ । ଏଥିରେ କାହାର ସନ୍ଦେହ ଅଛି କି ?
ନୀତୀଶଙ୍କୁ ସମାଲୋଚନା କରିବାକୁ ଯାଇ ଗିରିରାଜ କହିଛନ୍ତି, ନୀତୀଶ କୁମାର ଗୋଟିଏ ଜାଗାରେ ରହି ଅନ୍ୟ ସ୍ଥାନ ଉପରେ ଲକ୍ଷ୍ୟ ରଖନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଚେୟାର ଉପରେ ନଜର ଥିଲା । ନିର୍ବାଚନରେ ଲୋକେ ଏନଡିଏକୁ ଭୋଟ୍ ଦେଇଥିଲେ କିନ୍ତୁ ସେ ବିଶ୍ୱାସଘାତକତା କରିଛନ୍ତି । ଯିଏ ନିଜେ ମୁଖ୍ୟମନ୍ତ୍ରୀ ହୋଇପାରୁ ନାହାଁନ୍ତି ସେ ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି କହି ନୀତୀଶଙ୍କ କଟା ଘା'ରେ ଚୂନ ମାରିଛନ୍ତି ।
ଗିରିରାଜ ସିଂହ କହିଛନ୍ତି, ନୀତୀଶ କୁମାରଙ୍କର ନିଜସ୍ୱ ଏଜେଣ୍ଡା ଅଛି । ତାଙ୍କର ଏଜେଣ୍ଡା ହେଉଛି ଦେଶର ପ୍ରଧାନମନ୍ତ୍ରୀ ହେବା । କିନ୍ତୁ, ଭାରତରେ ପ୍ରଧାନମନ୍ତ୍ରୀ ପଦବୀ ଖାଲି ନାହିଁ ।
ସୂଚନାଯୋଗ୍ୟ, 'ବିଜେପି'ରୁ ଅଲଗା ହୋଇ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ 'ଆର୍ଜେଡି' ଓ ଅନ୍ୟାନ୍ୟ ବିରୋଧୀ ଦଳଙ୍କ 'ମହାମେଣ୍ଟ' ଘୋଷଣା କରି ନୀତୀଶ କୁମାର ଆଜି ବିହାରର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତି କରୁଛନ୍ତି ।












Click it and Unblock the Notifications