କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ, ସହିଦ୍ ବିପିନ୍ ରାୱଙ୍କୁ ପଦ୍ମ ବିଭୂଷଣ ସମ୍ମାନ
ଗତ ବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ଜେନେରାଲ ରାଓ୍ୱତଙ୍କ ଦୁଇ ଝିଅ କୃତ୍ତିକା ଓ ତାରିଣି ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ସୋମବାର ଜନସମ୍ପର୍କ କ୍ଷେତ୍ରରେ ପଦ୍ମ ଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁଲାମ ନବୀ ଆଜାଦଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଚଳିତ ବର୍ଷ 26 ଜାନୁଆରୀ ସନ୍ଧ୍ୟାରେ ସଂସ୍କୃତ ପଣ୍ଡିତ ପ୍ରଫେସର ଶାସ୍ତ୍ରୀଙ୍କ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭାରତ ସରକାର ପଦ୍ମଶ୍ରୀ ଏବଂ ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିବାକୁ ଘୋଷଣା କରିଥିଲେ ।

ଗତ ବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ଜେନେରାଲ ରାଓ୍ୱତଙ୍କ ଦୁଇ ଝିଅ କୃତ୍ତିକା ଓ ତାରିଣି ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ସେରମ ଇନଷ୍ଟିଚ୍ୟୁଟର ଏମଡି ସାଇରସ୍ ପୁନାଓ୍ବାଲା ମଧ୍ୟ ପଦ୍ମ ଭୁଷଣ ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ବର୍ଷ ସମୁଦାୟ 128 ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଚାରୋଟି ପଦ୍ମଭୂଷଣ, 17 ପଦ୍ମ ଭୂଷଣ ଏବଂ 107 ପଦ୍ମଶ୍ରୀ ପୁରସ୍କାର ରହିଛି । 34 ପୁରସ୍କାର ପ୍ରାପ୍ତ ବ୍ୟକ୍ତି ହେଉଛନ୍ତି ମହିଳା ଏବଂ ଏହି ତାଲିକାରେ ବିଦେଶୀ / NRIs / PIOs / OCI ବର୍ଗର 10 ଜଣ ଏବଂ 13 ମରୋଣତ୍ତର ପୁରସ୍କାର ରହିଛି ।
ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସଫଳତା ଲାଭ କରିଥିବା ଓଡ଼ିଶାର 7ଜଣ ପରିଚିତ ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାହିତ୍ୟିକ ଡ. ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି । ସେହିପରି କ୍ରୀଡ଼ାବିତ ପ୍ରମୋଦ ଭଗତ (କ୍ରୀଡ଼ା), ଶ୍ରମଦ ବାବା ବଳିଆ (ସମାଜ ସେବା), ଆଦିତ୍ୟ ପ୍ରସାଦ ଦାସ (ବିଜ୍ଞାନ ଓ ଇଂଜିନିୟରିଂ), ଶ୍ୟାମାମଣି ଦେବୀ ( କଳା) ଓ ନୃସିଂହ ପ୍ରସାଦ ଗୁରୁ (ସାହିତ୍ୟ ଓ ଶିକ୍ଷା)ଙ୍କୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି । ଗତ ବର୍ଷ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତରଭାବେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି ।












Click it and Unblock the Notifications