ମଶାଣୀ ଛାତ ଭୁଷୁଡ଼ିବା ଘଟଣା : ପ୍ରଶାସନ ବିରୋଧରେ ମୃତକ ସମ୍ପର୍କୀୟଙ୍କ ବିକ୍ଷୋଭ, ପୋଲିସ ଫୋର୍ସ ମୁତୟନ
ଗାଜିଆବାଦର ମୁରାଦନଗରର ମଶାଣୀ ଛାତ ଭୁଷୁଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶହ ଶହ ଅସନ୍ତୁଷ୍ଟ ପରିବାର ସଦସ୍ୟ ରାସ୍ତାରେ ବିକ୍ଷୋଭ କରୁଛନ୍ତି ।
ଗାଜିଆବାଦ : ଗାଜିଆବାଦର ମୁରାଦନଗରର ମଶାଣୀ ଛାତ ଭୁଷୁଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶହ ଶହ ଅସନ୍ତୁଷ୍ଟ ପରିବାର ସଦସ୍ୟ ରାସ୍ତା ଉପରେ ମୃତଦେହ ରଖି ବିକ୍ଷୋଭ କରୁଛନ୍ତି । ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଜିଦ୍ ଧରିଛନ୍ତି । ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୁଚନାଯୋଗ୍ୟ, ଏହି ଦୁର୍ଘଟଣା ପରେ ମୁରାଦନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ନିହାରିକା ଚୌହାନ, ଠିକାଦାର୍ ଅଜୟ ତ୍ୟାଗି, ଇଞ୍ଜିନିୟର ସ୍ପ୍ ସିଂହ, ସୁପରଭାଇଜର ଆଶିଷ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି । ପୋଲିସର ସୂଚନାନୁସାରେ, ଇଞ୍ଜିନିୟର ସମେତ ତିନି ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି ।
କିପରି ହୋଇଥିଲା ଏହି ଦୁର୍ଘଟଣା ?
ରବିବାର ସକାଳେ ଅନେକ ଲୋକ ଏକ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବାମ୍ବା ଶ୍ମଶାନରେ ପହଞ୍ଚିଥିଲେ । ଏହି ସମୟରେ ବର୍ଷା ଆରମ୍ଭ ହୋଇଗଲା ଏବଂ ଲୋକମାନେ କରିଡରରେ ଠିଆ ହୋଇଥିଲେ | ଏହି ସମୟ ମଧ୍ୟରେ ନବ ନିର୍ମିତ କରିଡର ଲ୍ୟାଣ୍ଟର ଭୁଶୁଡି ପଡିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ 25 ଜଣଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଘଟଣାରେ ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡ଼ିତଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏଥିସହ ମଣ୍ଡଳଆୟୁକ୍ତ ଏବଂ ମେରଠ ଆଇଜିଙ୍କୁ ଦୁର୍ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications