ପ୍ରସାଦ ପ୍ରସ୍ତୁତି ବେଳେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, 34 ଆହତ
ବିହାରର ଔରଙ୍ଗାବାଦ ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଛଟ୍ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତି ବେଳେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ 5 ଜଣ ପୋଲିସ କର୍ମଚାରୀଙ୍କ ସମେତ 34 ଜଣ ଆହତ ହୋଇଛନ୍ତି ।
ପାଟନା : ବିହାରର ଔରଙ୍ଗାବାଦ ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଛଟ୍ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତି ବେଳେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ 5 ଜଣ ପୋଲିସ କର୍ମଚାରୀଙ୍କ ସମେତ 34 ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ଶନିବାର ଔରଙ୍ଗାବାଦର ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଶାହାଗଞ୍ଜ ତେଲି ମୋହଲା ଠାରେ ଘଟିଛି । ଅନିଲ ଗୋସ୍ୱାମୀଙ୍କ ଘରେ ଏହି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ସମେତ 34 ଜଣ ଆହତ ହୋଇଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଡ଼ିଆ ରିପୋର୍ଟ ଅନୁଯାୟୀ, ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ଲୋକଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିରେ ଦୁଇରୁ ଅଧିକ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ପଠାଯାଇଛି । 34 ରୁ 14 ଜଣଙ୍କର ଅବସ୍ଥା ଅଧିକ ଗୁରୁତର ବୋଲି କୁହାଯାଉଛି । ସେମାନେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।












Click it and Unblock the Notifications