Get Updates
Get notified of breaking news, exclusive insights, and must-see stories!

ରୋହିଣୀ କୋର୍ଟର ଗୁଳି ଚଳାଇଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ତିହାର ଜେଲରେ ହତ୍ୟା

ନୂଆଦିଲ୍ଲୀ: ତିହବାର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ହତ୍ୟା କରାଯାଇଛି । ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳି ଚଳାଇଥିଲା ଗ୍ୟାଙ୍ଗଷ୍ଟର ଟିଲୁ । ତାର ବିରୋଧୀ ଗ୍ୟାଙ୍ଗ ଯୋଗେଶ ତୁଣ୍ଡା ଏବଂ ଅନ୍ୟ ସହଯୋଗୀମାନେ ତିହାର ଜେଲରେ ଟିଲୁକୁ ହତ୍ୟା କରିଛନ୍ତି । ଉଭୟଙ୍କ ମଧ୍ୟରେ ହୋଇଥିବା ହିଂସାରେ ଟିଲୁ ଗୁରୁତର ଆହତ ହୋଇଥିଲା ।

ପରେ ତାକୁ ଦୀନ୍ ଦୟଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାର ମୃତ୍ୟୁ ହୋଇଥିଲା । ଜେଲ ଅଧିକାରୀ କହିଛନ୍ତି ଯେ ସେମାନେ ଏହି ଘଟଣାର ଅଧିକ ଅନୁସନ୍ଧାନ କରୁଛନ୍ତି । ତିହାର ଜେଲ ଭିତରେ ହୋଇଥିବା ଗ୍ୟାଙ୍ଗୱାର ପରେ ଜେଲ ଭିତରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଆପଣଙ୍କୁ କହି ରଖୁଛୁ, ଟିଲୁ ରୋହିଣୀ କୋର୍ଟରେ ଗୁଳି ଚଳାଇଥିଲା । ଏଥିସହ ଜିତେନ୍ଦ୍ର ଗୋଗୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

Gangster Thillu Tajpuria

ସୂଚନା ଅନୁଯାୟୀ, ଯୋଗେଶ ଟୁଣ୍ଡା ଏବଂ ସାଥୀ ଦୀପକ ଟିଟର ଗ୍ୟାଙ୍ଗଷ୍ଟର ଟିଲୁକୁ ଲୁହା ରଡରେ ଆକ୍ରମଣ କରିଥିଲେ । ଏହା ପରେ ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ସକାଳ 6.30 ରେ ମୃତ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+