ଗ୍ୟାଙ୍ଗଷ୍ଟାରରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ଦେହାନ୍ତ
ଗ୍ୟାଙ୍ଗଷ୍ଟାର ରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜେଲରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବାନ୍ଦା ମେଡିକାଲ କଲେଜକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ରମଜାନ ଚାଲିଥିବାରୁ ଜେଲରେ ଥାଇ ମଧ୍ୟ ମୁକ୍ତାର ଉପବାସ କରିଥିଲେ । ଦିନ ତମାମ ଉପବାସ କରିଥିବା ବେଳେ ସେ ସନ୍ଧ୍ୟାରେ ଏହାକୁ ଭଙ୍ଗ କରିଥିଲେ । କିନ୍ତୁ ହଠାତ ସେ ଉପବାସ ଭଙ୍ଗ କରିବା ମାତ୍ରେ ଅସୁସ୍ଥତା ଅନୁଭବ କରିଥିଲେ । ସେ ତଳେ ବସି ପଡ଼ିବା ସହ ବାନ୍ତି କରିବା ଆରମ୍ଭ କରିଥିଲେ । ସମୟକ୍ରମେ ସେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା । ସେ ହାର୍ଟ ଆଟାକର ସାମନା କରିବାରୁ ତାଙ୍କୁ ବନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
କିନ୍ତୁ, ବାନ୍ଦା ଜେଲରେ ଖାଦ୍ୟରେ ବିଷ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ଭାଇ ଅଫଜଲ ଆନସାରୀ । ଗତ ମାର୍ଚ୍ଚ 19 ଓ ମାର୍ଚ୍ଚ 22 ରେ ତାଙ୍କୁ ବିଷ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ ଭାଇ ତଥା ଘାଜିପୁର ଏମପି ଅଫଜଲ ।
ବିଗତ 2005 ରୁ ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିଲେ ମୁଖତାର । ତାଙ୍କ ନାମରେ 60ରୁ ଅଧିକ ମାମଲା ରହିଛି । 8 ଟି ମାମଲାରେ ତାଙ୍କୁ ସଜା ମିଳିଛି । ମୁଖତାରଙ୍କ ମୃତ୍ଯୁ ପରେ ବାନ୍ଦାରେ 144 ଧାରା ଜାରି କରାଯାଇଛି । ଲକ୍ଷ୍ମୌ, ଘାଜିପୁର ଓ ମାଉରେ ଆଲର୍ଟ ଜାରି ହୋଇଛି ।
ୟୁପିର ମଉ ଆସନରୁ ସେ 5 ଥର ବିଧାୟକ ନିର୍ବାଚିତ ହୋଇଥିଲେ । 1996 ରୁ 2022 ଯାଏଁ ବିଧାୟକ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଗତ 13 ରେ ଅନସାରୀଙ୍କୁ ଆଜୀବନ ସଜା ଶୁଣାଇଥିଲେ କୋର୍ଟ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଦଣ୍ଡାଦେଶ ହୋଇଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications