ଗଣେଶ ଚତୁର୍ଥୀ : ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦୀ
ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ ହେଉଛି । ଏହି ଅବସରରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ ହେଉଛି । ଏହି ଅବସରରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଦେଶର ନାଗରିକଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା କାମନା କରିଛନ୍ତି ।

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଲେଖିଛନ୍ତି ଯେ ଗଣେଶ ଚତୁର୍ଥୀରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ବିଘ୍ନହର୍ତ୍ତା ମଙ୍ଗଲମୂର୍ତ୍ତି ଭଗବାନ ଗଣେଶ ଜ୍ଞାନ, ସଫଳତା ଏବଂ ଭାଗ୍ୟର ପ୍ରତୀକ । ଶ୍ରୀ ଗଣେଶଙ୍କ ଆଶୀର୍ବାଦ ସହିତ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧିର ଆଶା କରୁଛି ।
ଏଥି ସହ ଗଣେଶ ଚତୁର୍ଥୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଅଭିନନ୍ଦନ ଜଣାଇ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସଂସ୍କୃତ ଭାଷାରେ ଏକ ପଦ ଟୁଇଟ୍ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, ଗଣେଶ ଚତୁର୍ଥୀର ଶୁଭକାମନା । ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ସବୁବେଳେ ଆମ ସହିତ ରହୁ ।












Click it and Unblock the Notifications