Get Updates
Get notified of breaking news, exclusive insights, and must-see stories!

ଗଗନାୟନ ମିଶନରେ ଯାଇପାରନ୍ତି ଏହି 4 ପାଇଲଟ୍, ଆଜି ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ଲକ୍ଷ୍ୟରେ ରହିଛି ଭାରତ । ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ କାର୍ଯ୍ୟ କରୁଛି ଇସ୍ରୋ । ଗଗନୟାନରେ ପାଇଲଟଙ୍କୁ ପଠାଇବାକୁ ମଧ୍ୟ ଯୋଜନା କରିଛି ସଂସ୍ଥା । ଗଗନାୟନ ମିଶନରେ ମହାକାଶକୁ ଯିବାକୁ ଥିବା 4 ମହାକାଶଚାରୀଙ୍କ ନାଁ ଆଜି ପ୍ରକାଶ ପାଇପାରେ ।

Gaganyaan

ତେବେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗଗନାୟନ ମିଶନ ପାଇଁ 4 ମହାକାଶଚାରୀଙ୍କ ନାମ ଆପତତଃ ଚୁଡ଼ାନ୍ତ ହୋଇଛି । ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ, ଚୌହ୍ୱାନଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ମହାକାଶଚାରୀମାନଙ୍କୁ ବ୍ୟୋମନଟ୍ ଭାବେ ନାମିତ କରାଯିବ ।
ଏମାନେ ରୁଷିଆରେ ଗୋଟିଏ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି । ମିଶନର ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ମହାକାଶକୁ ପଠାଯିବ ନାହିଁ ।

ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଏକ ରୋବଟ 'ବ୍ୟୋମମିତ୍ର'କୁ ଗଗନାୟନରେ ମହାକାଶକୁ ପଠାଯିବ । ଯଦି ପରୀକ୍ଷଣ ସଫଳ ହୁଏ ତେବେ ମନୋନୀତ ହୋଇଥିବା 4 ଜଣ ମହାକାଶଚାରୀଙ୍କୁ ଗଗନାୟନ ରେ ପଠାଯିବ । 2025 ସୁଦ୍ଧା ଗଗନାୟନରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ଏହି କ୍ରମରେ ମହାକାଶ ଅଭିଯାନର ସମୀକ୍ଷା ପାଇଁ ଆଜି କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୟନ ହୋଇଥିବା 4 ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି 1800 କୋଟି ଟଙ୍କାର 3ଟି ମହାକାଶ ଗବେଷଣା ସମ୍ପର୍କିତ ଭିତ୍ତିଭୂମି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଗୁଡ଼ିକ ହେଲା ଶ୍ରୀହରିକୋଟାରେ PSLV ଇଣ୍ଟିଗ୍ରେସନ ଫ୍ୟାସିଲିଟି, ମହେନ୍ଦ୍ରଗିରିରେ ସେମି-କ୍ରାୟୋଜେନିକ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ୍ ଷ୍ଟେଜ୍ ଟେଷ୍ଟ୍ ଫ୍ୟାସିଲିଟି ଏବଂ ଥିରୁଅନନ୍ତପୁରମରେ ଟ୍ରାଇସୋନିକ ୱିଣ୍ଡ୍ ଟନେଲ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+