କରୋନା ପରେ ଫଙ୍ଗାଲ୍ ଏବଂ ଜୀବାଣୁ ସଂକ୍ରମଣ ହେତୁ ହେଉଛି ଅଧିକ ମୃତ୍ୟୁ : ଏମ୍ସ ନିର୍ଦ୍ଦେଶକ
କରୋନା ସହିତ ଦେଶରେ ବର୍ତ୍ତମାନ ବ୍ଲାକ୍ ଫଙ୍ଗସ୍ ମାମଲା ବୃଦ୍ଧି ପାଇଛି । ଏହାକୁ ନେଇ ସତର୍କ ରହିବାକୁ ହେବ । କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ସଂକ୍ରମଣକୁ ରୋକିବା ପାଇଁ ପ୍ରୋଟୋକଲ ଅନୁସରଣ କରିବା ଆବଶ୍ୟକ ।
ନୂଆଦିଲ୍ଲୀ : କରୋନା ସହିତ ଦେଶରେ ବର୍ତ୍ତମାନ ବ୍ଲାକ୍ ଫଙ୍ଗସ୍ ମାମଲା ବୃଦ୍ଧି ପାଇଛି । ଏହାକୁ ନେଇ ସତର୍କ ରହିବାକୁ ହେବ । କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ସଂକ୍ରମଣକୁ ରୋକିବା ପାଇଁ ପ୍ରୋଟୋକଲ ଅନୁସରଣ କରିବା ଆବଶ୍ୟକ ବୋଲି କହିଛନ୍ତି AIIMS ନିର୍ଦ୍ଦେଶକ ଡ଼ ରଣଦୀପ ଗୁଲେରିଆ । ଦ୍ୱିତୀୟ ସଂକ୍ରମଣ, ଫଙ୍ଗାଲ ଏବଂ ଜୀବାଣୁ ସଂକ୍ରମଣରେ ଅଧିକ ମୃତ୍ୟୁ ହେଉଥିବା ନେଇ ମଧ୍ୟ ସେ କହିଛନ୍ତି ।

AIIMS ନିର୍ଦ୍ଦେଶକ କହିଛନ୍ତି ଯେ ମାଟି, ବାୟୁ ଏବଂ ଏପରିକି ଖାଦ୍ୟରେ ବ୍ଲାକ୍ ଫଙ୍ଗସ୍ ଅର୍ଥାତ୍ ମ୍ୟୁକୋର୍ମିକୋସିସ୍ ମିଳିଥାଏ । କିନ୍ତୁ ଏଗୁଡ଼ିକ ସାଧାରଣତଃ ସଂକ୍ରମଣ ସୃଷ୍ଟି କରେ ନାହିଁ । କରୋନା ପୂର୍ବରୁ ଏହି ସଂକ୍ରମଣର ବହୁତ କମ୍ ମାମଲା ଥିଲା । ବର୍ତ୍ତମାନ କରୋନା କାରଣରୁ ଏହାର ବହୁ ସଂଖ୍ୟକ ମାମଲା ଆସୁଛି । ସେ ସୂଚନା ଦେଇଛନ୍ତି ଯେ ଏହି ଫଙ୍ଗାଲ ସଂକ୍ରମଣରେ ଆକ୍ରାନ୍ତ 23 ରୋଗୀଙ୍କୁ AIIMS ରେ ଚିକିତ୍ସା କରାଯାଉଛି । ସେଥିମଧ୍ୟରୁ 20 ଜଣ ରୋଗୀ କରୋନା ପଜିଟିଭ୍ ଏବଂ ଅବଶିଷ୍ଟ ତିନିଜଣଙ୍କର କରୋନା ନାହିଁ । ଏଥି ସହିତ ବିଭିନ୍ନ ରାଜ୍ୟରେ 500 ରୁ ଅଧିକ ବ୍ଲାକ୍ ଫଙ୍ଗସର ମାମଲା ଦେଖିବାକୁ ମିଳିଛି ।
ଡକ୍ଟର ଗୁଲେରିଆ କହିଛନ୍ତି ଯେ, ଏହି ରୋଗ (ମ୍ୟୁକୋର୍ମିକୋସିସ୍) ମୁହଁ, ଆଖି, ନାକ ତଥା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ, ଯାହା ଫଳରେ ଆଖି ଦୁର୍ବଳ ହୋଇପାରେ କିମ୍ବା ଦୃଷ୍ଟିଶକ୍ତି ହରାଇ ପାରନ୍ତି । ଏହା ବ୍ୟତୀତ ଫୁସଫୁସରେ ମଧ୍ୟ ଏହା ବ୍ୟାପିଥାଏ । ସେ କହିଛନ୍ତି ମ୍ୟୁକୋର୍ମିକୋସିସ୍ ହେବା ପଛରେ ଷ୍ଟେରଏଡ ବ୍ୱବହାର ଏକ ପ୍ରମୁଖ କାରଣ ହୋଇପାରେ। ଯଦି ଷ୍ଟେରଏଡର ବ୍ୟବହାର କରୁଥିବା ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ହୁଅନ୍ତି କିମ୍ବା କରୋନା ସଂକ୍ରମଣ ହୁଅନ୍ତି ତେବେ ଫଙ୍ଗାଲ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications