Get Updates
Get notified of breaking news, exclusive insights, and must-see stories!

ପଗଡ଼ି ଖୋଲି ଦିଲ୍ଲୀରେ ବୁଲୁଥିବାର ନଜର ଆସିଲା ଖଲିସ୍ତାନୀ ପଳାତକ ଅମୃତପାଲ ସିଂହ

Amritpal singh

ନୂଆଦିଲ୍ଲୀ : ଖଲିସ୍ତାନୀ ସମର୍ଥକ ତଥା ପଳାତକ ଅମୃତପାଲ ସିଂହ ପୋଲିସ୍ ହାତର ଧରା ନ ପଡ଼ିବା ପାଇଁ ବାରମ୍ବାର ନିଜର ବେଶଭୂଷା ବଦଳାଉଛି । ନିକଟରେ ଅମୃତପାଲ ଦିଲ୍ଲୀରେ ବୁଲୁଥିବାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏଥିରେ ଅମୃତପାଲ ପଗଡ଼ି କାଢି ଦେଇ କେଶକାଟି, ଚଷମା ଓ ଡେନିମ୍ ଜ୍ୟାକେଟ୍ ପିନ୍ଧି ବୁଲୁଥିବାର ନଜର ଆସିଛି ।

ପୋଲିସ ଏବଂ ଲୋକଙ୍କୁ ଚକମା ଦେବା ପାଇଁ ଅମୃତପାଲ ନିଜର ପଗଡି କାଢି ଦେଇଛି । ସେ ଡେନିମ୍ ଜ୍ୟାକେଟ୍ ଏବଂ ଚଷମା ପିନ୍ଧି ଦିଲ୍ଲୀ ରାସ୍ତାରେ ବୁଲୁଥିଲା । ତାର ସହକର୍ମୀ ପପାଲପ୍ରୀତ ସିଂହ ମଧ୍ୟ ତା ସହ ଥିବା ନେଇ ଏହି ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ନିଜର ପରିଚୟ ଲୁଚାଇବା ପାଇଁ ସେ ମାସ୍କ ମଧ୍ୟ ବ୍ୟବହାର କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଫୁଟେଜ୍ ମାର୍ଚ୍ଚ 21 ର ବୋଲି ଜଣାପଡ଼ିଛି ।

ସୂଚନାନୁସାରେ, ଅମୃତପାଲ ସିଂହ ଏବଂ ପପଲପ୍ରୀତ ସିଂହ ହରିୟାଣାର କୁରୁକ୍ଷେତ୍ର ଦେଇ ଦିଲ୍ଲୀ ଆସିଥିଲେ । ତେବେ ପୋଲିସ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । କେତେକ ରିପୋର୍ଟରେ ଏହା କୁହାଯାଉଛି ଯେ ସେ ଦିଲ୍ଲୀରେ ଲୁଚି ରହିଥିବାବେଳେ କିଛି ରିପୋର୍ଟରେ ସେ ନେପାଳରେ ଅଛନ୍ତି ବୋଲି ଦାବି କରାଯାଉଛି । ସେଠାରୁ ସେ ଅନ୍ୟ ଦେଶ କୁ ପଳାଇବାକୁ ଚେଷ୍ଟା କରୁଛି । ଏ ସମ୍ପର୍କରେ ଭାରତୀୟ ଅଧିକାରୀ ନେପାଳ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+