କ୍ରମାଗତ ଚାରି ଦିନ ଧରି ସ୍ଥିର ରହିଛି ପେଟ୍ରୋଲ-ଡିଜେଲ ମୂଲ୍ୟ, ତୈଳ ଦର ଉପରେ ଟିକସ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି ସରକାର
ଗତ ସପ୍ତାହରେ ତୈଳ ଦରରେ ରେକର୍ଡ ବୃଦ୍ଧି ପରେ ମାର୍ଚ୍ଚ 3 ରେ କ୍ରମାଗତ ଚାରି ଦିନ ଧରି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ତେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିପାରନ୍ତି ।
ନୂଆଦିଲ୍ଲୀ : ଗତ ସପ୍ତାହରେ ତୈଳ ଦରରେ ରେକର୍ଡ ବୃଦ୍ଧି ପରେ ମାର୍ଚ୍ଚ 3 ରେ କ୍ରମାଗତ ଚାରି ଦିନ ଧରି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଥି ସହ ସୂତ୍ରରୁ ପ୍ରକାଶ ପାଇଛି ଯେ, ସାଧାରଣ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦରରୁ ଆଶ୍ୱସ୍ତି ଦେବା ପାଇଁ ସରକାର ତେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଚିନ୍ତା କରୁଛନ୍ତି ।

ଏଥି ସହିତ, ଯଦି ଆଜିର ତୈଳ ମୂଲ୍ୟ ବିଷୟରେ କହିବା, ତେବେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 91ଟଙ୍କା 17 ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା 81 ଟଙ୍କା 47 ପଇସା ରହିଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଏହି ସୂଚନା ଦେଇଛି । ସେହିପରି ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 97 ଟଙ୍କା 57 ପଇସା ଏବଂ ଡିଜେଲ ଲିଟର ପିଛା 88ଟଙ୍କା 60 ପଇସା ରହିଛି ।
କରୋନା ମହାମାରୀ ହେତୁ ହ୍ରାସ ପାଇଥିବା ଅର୍ଥନୀତିକୁ ଫେରାଇ ଆଣିବା ଏବଂ ରାଜସ୍ୱ ସଂଗ୍ରହକୁ ବୃଦ୍ଧି କରିବା ପାଇଁ ସରକାର ଗତ 12 ମାସ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଦୁଇ ଥର ଟିକସ ବୃଦ୍ଧି କରିଛନ୍ତି । ଗତ ସପ୍ତାହରେ ତୈଳ ମୂଲ୍ୟରେ ବୃଦ୍ଧି ପରେ ଦେଶର ଅନେକ ସହରରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ କରିଥିଲା । ଅନେକ ସହରରେ ପେଟ୍ରୋଲ 100 ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା ।
ବିଶ୍ୱରେ ଚାଲିଥିବା କରୋନା ଟୀକାକରଣ ଏବଂ ଆମେରିକାର ବିଧାନସଭା ଦ୍ୱାରା ଜାରି ହୋଇଥିବା କରୋନା ଭାଇରସ୍ ରିଲିଫ୍ ପ୍ୟାକେଜ୍ ଫଳରେ ବିଶ୍ୱରେ ତୈଳ ମୂଲ୍ୟ ବୃଦ୍ଧି ପାଇଛି ବୋଲି କୁହାଯାଉଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications