Get Updates
Get notified of breaking news, exclusive insights, and must-see stories!

ପେଟ୍ରୋଲ ଡିଜେଲ ମୂଲ୍ୟ : ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କଣ ରହିଛି ଆଜିର ଦର

ଶୁକ୍ରବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି । ଲଗାତାର ତୃତୀୟ ଦିନ ପାଇଁ ତେଲ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 35-36 ପଇସା ବୃଦ୍ଧି ପାଇଛି ।

ନୂଆଦିଲ୍ଲୀ : ଶୁକ୍ରବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି । ଲଗାତାର ତୃତୀୟ ଦିନ ପାଇଁ ତେଲ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 35-36 ପଇସା ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଗତକାଲି ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 35 ପଇସା ବୃଦ୍ଧି କରାଯାଇଥିଲା । ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଯେଉଁ କାରଣରୁ ମୁଦ୍ରାସ୍ଫୀତି ସହ ଲଢୁଥିବା ସାଧାରଣ ଲୋକଙ୍କ ପାଇଁ ଅସୁବିଧା ଉପୁଜିଛି ।

petrol

ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 106.89 ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା 95.62 ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 112.78 ଟଙ୍କା ଏବଂ ଡିଜେଲ ଲିଟର ପିଛା 103.63 ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ 103.92 ଟଙ୍କା ଏବଂ ଡିଜେଲର ଏକ ଲିଟର 99.92 ଟଙ୍କା ଥିବାବେଳେ କୋଲକାତାରେ ପେଟ୍ରୋଲ ଲିଟରର ମୂଲ୍ୟ 110.44 ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା 98.73 ଟଙ୍କା ରହିଛି ।

ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପ୍ରତି 36 ପଇସା ବୃଦ୍ଧି ପାଇ 107 ଟଙ୍କା 84 ପଇସାରେ ପହଞ୍ଚିଛି । ଏଥିସହିତ ଡିଜେଲ ମୂଲ୍ୟରେ ମଧ୍ୟ ଲିଟର ପ୍ରତି 38 ପଇସା ବୃଦ୍ଧି ହେବା ପରେ 104 ଟଙ୍କା 30 ପଇସାରେ ବିକ୍ରି ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+