Fuel Price : ସାଧାରଣ ଲୋକଙ୍କୁ ମିଳିପାରେ ଆଶ୍ୱସ୍ତି, ତେଲ ଉପରେ ଟିକସ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି ସରକାର
ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଲଗାତାର ବୃଦ୍ଧିରେ ଲଗାମ ଲଗାଇବା ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର । ବାସ୍ତବରେ ତୈଳ ମୂଲ୍ୟ ଉପରେ ଟିକସ ହ୍ରାସ କରିବାକୁ ଅର୍ଥ ମନ୍ତ୍ରଣାଳୟ ବିଚାର କରୁଛି ।
ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଲଗାତାର ବୃଦ୍ଧିରେ ଲଗାମ ଲଗାଇବା ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର । ବାସ୍ତବରେ ତୈଳ ମୂଲ୍ୟ ଉପରେ ଟିକସ ହ୍ରାସ କରିବାକୁ ଅର୍ଥ ମନ୍ତ୍ରଣାଳୟ ବିଚାର କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିଚାର କରୁଛି । ଯଦି ଏଥିରେ ହ୍ରାସର ହୁଏ, ତେବେ ଆଗାମୀ ଦିନରେ ତେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି ।

ଆନ୍ତର୍ଜାତୀୟ ବଜାରରେ ମହଙ୍ଗା ହେଉଛି ଅଶୋଧିତ ତୈଳ
ଆପଣଙ୍କୁ କହି ରଖୁଛି, ଗତ 10 ମାସ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିରେ ରେକର୍ଡ କରିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ମହଙ୍ଗା ହେଉଛି । ପେଟ୍ରୋଲର ମୂଲ୍ୟ ମଧ୍ୟ ଦେଶର ଅନେକ ରାଜ୍ୟରେ ଲିଟର ପିଛା 100 ଟଙ୍କା ଅତିକ୍ରମ କରିଛି ।
ଗୋଟିଏ ବର୍ଷରେ କେନ୍ଦ୍ର ସରକାର ଟିକସରେ 10 ପ୍ରତିଶତରୁ ଅଧିକ ବୃଦ୍ଧି କରିଛନ୍ତି
କେବଳ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ନୁହେଁ ବରଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଟିକସ ଯୋଗୁଁ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇଛି । ଜାନୁୟାରୀ 2020 ରେ ଭାରତରେ ପେଟ୍ରୋଲ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଏକ୍ସାଇଜ୍ ଡ୍ୟୁଟି 26.6 ପ୍ରତିଶତ ଥିବାବେଳେ ଡିଜେଲ ଉପରେ ଏହା 23.3 ପ୍ରତିଶତ ଥିଲା । କିନ୍ତୁ ଜାନୁୟାରୀ 2021 ସୁଦ୍ଧା ପେଟ୍ରୋଲ ଉପରେ ଏକ୍ସାଇଜ୍ ଶୁଳ୍କ 37.1 ପ୍ରତିଶତକୁ ବୃଦ୍ଧି ପାଇଛି ସେହିପରି ଡିଜେଲ ଉପରେ 40.1 ପ୍ରତିଶତକୁ ବୃଦ୍ଧି ହୋଇଛି । ଆପଣଙ୍କୁ କହିରଖୁଛୁ ଯେ କରୋନା ମହାମାରୀ ହେତୁ ଅର୍ଥନୈତିକ ବ୍ୟବସ୍ଥାକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବର୍ଷକ ମଧ୍ୟରେ ଦୁଇଥର ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି ।












Click it and Unblock the Notifications