Get Updates
Get notified of breaking news, exclusive insights, and must-see stories!

କମିବ କି ତେଲ ଦର ! ଅଶୋଧିତ ତୈଳ ଉପରେ କେନ୍ଦ୍ର ସରକାର ହ୍ରାସ କଲେ WindFall Tax

ଘରୋଇ ଅଶୋଧିତ ତୈଳ ରପ୍ତାନିରେ ୱିଣ୍ଡଫଲ୍ ଟିକସକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଟନ୍ ପିଛା 4,900 ଟଙ୍କାରୁ 1,700 ଟଙ୍କାକୁ ହ୍ରାସ କରିଛି କେନ୍ଦ୍ର ସରକାର । ଏଥିପାଇଁ ଗୁରୁବାର ଦିନ ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରାଯାଇଛି ।

ନୂଆଦିଲ୍ଲୀ: ଘରୋଇ ଅଶୋଧିତ ତୈଳ ରପ୍ତାନିରେ ୱିଣ୍ଡଫଲ୍ ଟିକସକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଟନ୍ ପିଛା 4,900 ଟଙ୍କାରୁ 1,700 ଟଙ୍କାକୁ ହ୍ରାସ କରିଛି କେନ୍ଦ୍ର ସରକାର । ଏଥିପାଇଁ ଗୁରୁବାର ଦିନ ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରାଯାଇଛି । ଏହା ବ୍ୟତୀତ ଆଭିଏସନ ଟର୍ବାଇନ ଇନ୍ଧନ (ଏଟିଏଫ) ଉପରେ ଟିକସ ଲିଟର ପିଛା 5 ରୁ 1.5 ଟଙ୍କାକୁ ହ୍ରାସ କରାଯାଇଛି । କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଉଭୟ ଟିକସ ହ୍ରାସ ଆଜି ଅର୍ଥାତ୍ ଡିସେମ୍ବର 16 ରୁ ଲାଗୁ ହେବ ।

fuel price

ଏହାପୂର୍ବରୁ ଡିସେମ୍ବର ପହିଲାରେ କେନ୍ଦ୍ର ଘରୋଇ ଅଶୋଧିତ ତୈଳ ବିକ୍ରି ଉପରେ ୱିଣ୍ଡଫଲ୍ ଟିକସ ଟନ୍ ପିଛା 4,900 ଟଙ୍କା କରିଥିଲେ । କିନ୍ତୁ ପେଟ୍ରୋଲ ଉପରେ ଏହି ୱିଣ୍ଡଫଲ୍ ଟିକସ୍ ଉଠାଇଦେଇଥିଲେ । ଟିଏଫ ଉପରେ ଟ୍ୟାକ୍ସ ଲିଟର ପିଛା 5 ଟଙ୍କା ରଖାଯାଇଥିଲା । ଏହି ପ୍ରସଙ୍ଗରେ ବିଶେଷଜ୍ଞମାନେ କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଲା ଏବଂ ତୈଳ କମ୍ପାନୀଗୁଡିକ ଅଧିକ ଲାଭ କରିବା ଆରମ୍ଭ କଲେ । ଏଭଳି ପରିସ୍ଥିତିରେ ସରକାର ଜୁଲାଇରେ ସେମାନଙ୍କ ଉପରେ ଏକ ୱିଣ୍ଡଫଲ୍ ଟ୍ୟାକ୍ସ ଲାଗୁ କରିଥିଲେ । ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ କମିବା ଯୋଗୁଁ ସରକାର ଟିକସ ହ୍ରାସ କରୁଛନ୍ତି ।

ଜନସାଧାରଣଙ୍କ ଠାରୁ ୱିଣ୍ଡଫଲ ଟ୍ୟାକ୍ସ ଆଦାୟ କରାଯାଏ ନାହିଁ । ଏହା ସେହି କମ୍ପାନୀଗୁଡିକ ପାଇଁ ପ୍ରଯୁଜ୍ୟ, ଯାହା ଭଲ କିମ୍ବା ଖରାପ ପରିସ୍ଥିତିରୁ ତୁରନ୍ତ ଲାଭବାନ ହୁଅନ୍ତି । ଉଦାହରଣ ସ୍ୱରୂପ, ୟୁକ୍ରେନ ଏବଂ ରୁଷରେ ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଲା । ଏହି କାରଣରୁ ତୈଳ କମ୍ପାନୀଗୁଡିକ ବହୁ ଲାଭ କରିଥିଲେ । ସେଥିପାଇଁ ସରକାର ଏହି ଟିକସ ନେଉଥିଲେ । ବିଶେଷ କଥା ହେଉଛି ଏହା ସାଧାରଣ ଜନତାଙ୍କୁ ପ୍ରଭାବିତ କରେ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+