ଫ୍ରେସର୍ ପାର୍ଟି ହେଲା ସୁପର ସ୍ପ୍ରେଡର୍, ଧରୱାଡର ଏକ ମେଡିକାଲ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା 182 କୁ ବୃଦ୍ଧି
ପୁଣି ଥରେ କର୍ଣ୍ଣାଟକରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଛି । ଉତ୍ତର କର୍ଣ୍ଣାଟକର ଧାରୱାଡ ସହରର ଏକ ମେଡିକାଲ କଲେଜରେ ହଠାତ୍ କରୋନା ସଂକ୍ରମିତ ସଂଖ୍ୟା 60 ରୁ 182 କୁ ବୃଦ୍ଧି ପାଇଲା ପରେ ଏହା କୋଭିଡ 19 ର କ୍ଲଷ୍ଟରରେ ପରିଣତ ହୋଇଛି ।
ବାଙ୍ଗାଲୋର : ପୁଣି ଥରେ କର୍ଣ୍ଣାଟକରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଛି । ଉତ୍ତର କର୍ଣ୍ଣାଟକର ଧାରୱାଡ ସହରର ଏକ ମେଡିକାଲ କଲେଜରେ ହଠାତ୍ କରୋନା ସଂକ୍ରମିତ ସଂଖ୍ୟା 60 ରୁ 182 କୁ ବୃଦ୍ଧି ପାଇଲା ପରେ ଏହା କୋଭିଡ 19 ର କ୍ଲଷ୍ଟରରେ ପରିଣତ ହୋଇଛି । ଗୋଟିଏ ଦିନ ପୂର୍ବରୁ ସଂକ୍ରମିତ ଛାତ୍ର ଏବଂ କର୍ମଚାରୀଙ୍କ ସଂଖ୍ୟା 66 ରୁ ଆଜି 182 କୁ ବୃଦ୍ଧି ପାଇଛି ।

ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଧାରୱାଡର ଏସଡିଏମ କଲେଜ ଅଫ ମେଡିକାଲ ସାଇନ୍ସରେ ଅଧିକାଂଶ ସଂକ୍ରମିତ ଲୋକଙ୍କୁ କରୋନାଭାଇରସରୁ ରକ୍ଷା ପାଇବା ପାଇଁ ଟିକା ଦିଆଯାଇଛି । ନିକଟରେ ମେଡିକାଲ କଲେଜ ପରିସରରେ ଏକ ଫ୍ରେସର ପାର୍ଟିର ଆୟୋଜନ କରାଯାଇଥିଲା, ଯାହା ପରେ ଅନେକ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା
ଗୁରୁବାର ଦିନ 300 ରୁ ଅଧିକ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ଯେଉଁଥିରେ 66 ଟି ପଜିଟିଭ୍ ମାମଲା ରିପୋର୍ଟ ହୋଇଛି, ଯେଉଁମାନେ କରୋନା ଟିକା ଗ୍ରହଣ କରିଛନ୍ତି । ଆଜି ମଧ୍ୟ ଶୁକ୍ରବାର ଦିନ ଛାତ୍ର ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଉଛି । ଜିନୋମୋ ସିକ୍ୱେନ୍ସିଂ ପାଇଁ ସଂକ୍ରମିତ ଲୋକଙ୍କ ନମୁନା ପଠାଯିବ । ଅଧିକାରୀ କହିଛନ୍ତି ଯେ ସାମାନ୍ୟ କିମ୍ବା କୌଣସି ଲକ୍ଷଣ ନଥିବା କୋଭିଡ ପଜିଟିଭ ରୋଗୀମାନେ ମେଡିକାଲ କଲେଜ ପରିସରରେ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଡି ରଣଦୀପ କହିଛନ୍ତି, "ଛାତ୍ରମାନଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଥିଲା । ଜିନୋମୋ ସିକ୍ୱେନ୍ସିଂ ପାଇଁ ଆମେ କିଛି ନମୁନା ପଠାଇବୁ ଯାହା ଫଲରେ ଏହା କରୋାନର କୌଣିସ ନୂଆ ଭାରିଆଣ୍ଟ କି ନାହିଁ ତାହା ଜଣା ପଡ଼ିବ । ସ୍ୱାସ୍ଥ୍ୟ କମିଶନର କହିଛନ୍ତି ଯେ ନଭେମ୍ବର 17 ରେ କଲେଜରେ ଏକ ଫ୍ରେସର ପାର୍ଟି ଅନୁଷ୍ଠିତ ହୋଇଥିଲା । ଏହି କରୋନା ବିସ୍ତାରର କାରଣ ପାଲଟିଛି । ଅଧିକାରୀମାନେ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କୁ କ୍ୟାମ୍ପସ ଭିତରେ ଆଇସୋଲେସନ୍ ରେ ରଖାଯାଇଛି ଏବଂ ସତର୍କତା ଭାବରେ ଦୁଇଟି ହଷ୍ଟେଲକୁ ସିଲ୍ କରାଯାଇଛି ।












Click it and Unblock the Notifications