For Quick Alerts
Turn On Notification  
For Daily Alerts
Oneindia App Download

ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ପି ଗୋପୀନାଥନ ନାୟାର

ସ୍ୱାଧୀନତା ସଂଗ୍ରାମୀ ତଥା ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ପି ଗୋପୀନାଥନ ନାୟାରଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ଏକ ଘରୋଇ ଡାକ୍ତରଖାନାରେ ପି ଗୋପୀନାଥନ 99 ବର୍ଷ ବୟସରେ ପରଲୋକ ହୋଇଛି ।

|

କୋଚି : ସ୍ୱାଧୀନତା ସଂଗ୍ରାମୀ ତଥା ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ପି ଗୋପୀନାଥନ ନାୟାରଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ଏକ ଘରୋଇ ଡାକ୍ତରଖାନାରେ ପି ଗୋପୀନାଥନ 99 ବର୍ଷ ବୟସରେ ପରଲୋକ ହୋଇଛି । ବୟସ ଅଧିକ କାରଣରୁ ସେ ଅନେକ ରୋଗରେ ପୀଡ଼ିତ ଥିଲେ, ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

P Gopinath Nair

ପି ଗୋପୀନାଥନ ନାୟାରଙ୍କୁ 2016 ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପି ଗୋପୀନାଥନ ନାୟାରଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପି ଗୋପୀନାଥନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ପି ଗୋପୀନାଥନ ନାୟାରଙ୍କୁ ଦେଶ ସ୍ୱାଧୀନତା ସଂଗ୍ରାମ ପାଇଁ ସ୍ମରଣ କରାଯିବ, ଗାନ୍ଧୀ ନୀତି ଅନୁସରଣ ନେଇ ସ୍ମରଣୀୟ ହୋଇ ରହିବେ । ତାଙ୍କ ଦେହାନ୍ତରେ ଦୁଃଖିତ, ମୁଁ ତାଙ୍କ ପରିବାର ଏବଂ ଶୁଭେଚ୍ଛୁଙ୍କ ପ୍ରତି ସମ୍ବେଦନା ଜଣାଉଛି । ଓମ ଶାନ୍ତି ।

ଆପଣଙ୍କୁ କହି ରଖୁଛୁ ଗୋପୀନାଥନ୍ ନାୟାର ତାଙ୍କ ଜୀବନସାରା ଗାନ୍ଧୀ ନୀତିରେ ବଞ୍ଚିଥିଲେ। ସେ 1942 ମସିହାରେ ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇଥିଲେ । ସେ ଭିନୋବା ଭାବଙ୍କ ସହ ଭୂ ଦାନ ଏବଂ ଗ୍ରାମଦାନ ଆନ୍ଦୋଳନରେ କାର୍ଯ୍ୟ କରିଥିଲେ । ଯେତେବେଳେ ଗାନ୍ଧିଜୀ କେରଳକୁ ଆସିଥିଲେ, ନାୟାର ତାଙ୍କ ସହ ଏକ ଘନିଷ୍ଠ ସାକ୍ଷାତ କରିଥିଲେ ଏବଂ ସେ ଗାନ୍ଧିଜୀଙ୍କ ଦ୍ୱାରା ବହୁତ ଅନୁପ୍ରାଣିତ ହୋଇଥିଲେ, ସେବେଠାରୁ ସେ ତାଙ୍କ ଜୀବନରେ ଗାନ୍ଧୀ ନୀତି ଗ୍ରହଣ କରିଥିଲେ । ନାୟାର 11 ବର୍ଷ ଧରି ଗାନ୍ଧୀ ସେବାଗ୍ରାମ ଆଶ୍ରମର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

ଗୋପୀନାଥନ୍ ନାୟାର 1922 ମସିହାରେ ନେୟଟିନକାରାରା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଶାନ୍ତିନିକେତନରେ ଅଧ୍ୟୟନ କରିଥିଲେ । ଶାନ୍ତି ନିକେତନ ଗୋପୀନାଥନଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥିଲା । ଏହା ପରେ ସେ 1946-48 ରୁ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ ଛାତ୍ର ଥିଲେ । ଏହା ପରେ, 1951 ମସିହାରେ ସେ ଗାନ୍ଧୀ ମେମୋରିଆଲ୍ ପାଣ୍ଠିରେ କାମ କରିବା ଆରମ୍ଭ କରିଥିଲେ । ଗାନ୍ଧୀ ସ୍ମାରକ ନିଧି ର ଆରମ୍ଭ ପୁନର୍ଜାଗରଣ ନେତା କେ କାଲପ୍ପନ ଦ୍ୱାରା ଆରମ୍ଭ କରାଯାଇଥିଲା । ଗୋପୀନାଥନ ନାୟାରଙ୍କ ଦେହାନ୍ତରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Freedom Fighter P Gopinathan Nair passes away
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X