କରୋନା ବିପକ୍ଷରେ ଭାରତର ଆଉ ଏକ ବଡ ପଦକ୍ଷେପ, ଆଜିଠାରୁ ସମସ୍ତ 18 ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ମାଗଣା ଟିକା

କରୋନା ଭାଇରସ୍ ମହାମାରୀ ବିରୋଧରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛି । ଆଜିଠାରୁ ଦେଶରେ 18 ବର୍ଷରୁ ଅଧିକ ଲୋକଙ୍କୁ କରୋନା ଭାଇରସ ବିରୋଧରେ ମାଗଣା ଟିକା ଦିଆଯିବ ।

ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀ ବିରୋଧରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛି । ଆଜିଠାରୁ ଦେଶରେ 18 ବର୍ଷରୁ ଅଧିକ ଲୋକଙ୍କୁ କରୋନା ଭାଇରସ ବିରୋଧରେ ମାଗଣା ଟିକା ଦିଆଯିବ । ନିକଟରେ, ଜୁନ୍ 7 ରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ କେନ୍ଦ୍ର ସରକାର 75% ଟିକା କ୍ରୟ କରିବେ ଏବଂ ଏହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । 18 ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟୀକାକରଣ କରାଇବା ନେଇ ଏହି ଟିକା ରାଜ୍ୟ ସରକାରଙ୍କୁ ଦେବେ । ଏହି ପର୍ଯ୍ୟାୟରେ ଟିକା ଗ୍ରହଣ କରିବା ପାଇଁ ପୂର୍ବ-ପଞ୍ଜୀକରଣ ଆବଶ୍ୟକ ନୁହେଁ ବୋଲି ମଧ୍ୟ ଘୋଷଣା କରାଯାଇଛି ।

corona-virus

ଟୀକାକରଣ ଅଭିଯାନ ସମ୍ପର୍କରେ NITI ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ ଶୁକ୍ରବାର ଦିନ କହିଛନ୍ତି ଯେ, 'ଏହି ସମୟ ମଧ୍ୟରେ ଘରୋଇ ଡାକ୍ତରଖାନାରେ ଟିକା ବଣ୍ଟନ ବ୍ୟବସ୍ଥା ଜାରି ରହିବ । ମୋର ବିଶ୍ୱାସ ଯେ ଏହି ଉପାୟରେ ଘରୋଇ କ୍ଷେତ୍ର ବହୁ ଶକ୍ତି ପାଇବ ଏବଂ ଟୀକାକରଣ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।' ଆପଣଙ୍କୁ କହିରଖୁଛୁ, ଭାରତରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ 16 ଜାନୁୟାରୀରୁ ଆରମ୍ଭ ହୋଇଥିଲା ।

ଟିକା ନୀତିରେ କେବେ କେବେ ହୋଇଛି ପପରିବର୍ତ୍ତନ ?

ଜାନୁଆରୀ 16 ରୁ ଏପ୍ରିଲ 30 ପର୍ଯ୍ୟନ୍ତ ଘୋଷିତ ଟିକା ନୀତି ଅନୁଯାୟୀ, କେନ୍ଦ୍ର ସରକାର ନିଜେ ଟିକା ଉତ୍ପାଦନକାରୀଙ୍କ ଠାରୁ 100% ଟିକା କ୍ରୟ କରି ବିନା ମୂଲ୍ୟରେ ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳକୁ ପ୍ରଦାନ କରିଥିଲେ । ଏହି ଟିକା ନୀତି ଅନୁଯାୟୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ 45 ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ମାଗଣାରେ ଟିକା ଦିଆଯାଇଥିଲା । ଏହା ପରେ, ମେ ପହିଲାରୁ କେନ୍ଦ୍ର ସରକାର ଟିକା ନୀତିରେ ପରିବର୍ତ୍ତନ କରିଥିଲେ, ଯେଉଁଥିରେ 50 ପ୍ରତିଶତ ଟିକା କେନ୍ଦ୍ର ସରକାର ନିଜେ କିଣିଥିବା ବେଳେ ବାକି ଟିକା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନେ ସିଧାସଳଖ ଟିକା ଉତ୍ପାଦନକାରୀଙ୍କଠାରୁ କିଣିଥିଲେ ।

ମାଗଣା ଟିକା ପାଇଁ କୌଣସି ପୂର୍ବ-ପଞ୍ଜୀକରଣ ଆବଶ୍ୟକ ନାହିଁ

ଜୁନ୍ 21 ରୁ କେନ୍ଦ୍ର ସରକାର ପୁଣି ଥରେ ଏହାର ଟିକା ନୀତିରେ ପରିବର୍ତ୍ତନ କରିଛନ୍ତି । ଯେଉଁଥିରେ 18 ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦିଆଯିବ । ଟୀକାକଣ ପାଇଁ କୌଣସି ପୂର୍ବ-ପଞ୍ଜୀକରଣ ଆବଶ୍ୟକ ନାହିଁ ଏବଂ ଟୀକାକରଣ କେନ୍ଦ୍ରକୁ ସିଧାସଳଖ ପରିଦର୍ଶନ କରି ପଞ୍ଜୀକରଣ ପରେ ଟିକା ନେିପାରିବେ ବୋଲି ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+