ଆଜି ଠାରୁ ମାଗଣା ବୁଷ୍ଟର ଡୋଜ୍ : 18-59 ବର୍ଷ ବୟସ୍କ ପାଇବେ କରୋନା ଚିକା ବୁଷ୍ଚର ଡୋଜ୍
ଆଜିଠାରୁ ଦେଶରେ ଆଗାମୀ 75 ଦିନ ପର୍ଯ୍ୟନ୍ତ ମିଳିବ କରୋନା ବୁଷ୍ଟର ଡୋଜ୍ । ସମସ୍ତ 18-59 ବୟସ୍କମାନଙ୍କୁ ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ସରକାରୀ କେନ୍ଦ୍ରରେ କରୋନା ଭାଇରସ ଟିକା ମାଗଣାରେ ଦିଆଯିବ ।
ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ଆଗାମୀ 75 ଦିନ ପର୍ଯ୍ୟନ୍ତ ମିଳିବ କରୋନା ବୁଷ୍ଟର ଡୋଜ୍ । ସମସ୍ତ 18-59 ବୟସ୍କମାନଙ୍କୁ ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ସରକାରୀ କେନ୍ଦ୍ରରେ କରୋନା ଭାଇରସ ଟିକା ମାଗଣାରେ ଦିଆଯିବ । ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଭାରତର ସ୍ୱାଧୀନତାର 75 ତମ ବାର୍ଷିକୀ ଅବସରରେ ସରକାର ଏହି ଅଭିଯାନ ଚଳାଇଛନ୍ତି, ଯେଉଁଥିରେ କୋଭିଡ -19 ବୁଷ୍ଟର ଡୋଜରେ ତୃତୀୟ ଡୋଜର କଭରେଜରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି ।

ଜଣେ ଅଧିକାରୀଙ୍କ କହିବାନୁସାରେ, 60 ବର୍ଷରୁ ଅଧିକ ବୟସର 16 କୋଟି ଯୋଗ୍ୟ ଜନସଂଖ୍ୟାର ପ୍ରାୟ 26 ପ୍ରତିଶତ ଏବଂ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନେ ଏକ ବୁଷ୍ଟର ଡୋଜ ନେଇସାରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ୱିଟ୍ କରି କହିଛନ୍ତି ଯେ ଆଜିର ଦିନ ଅଜାଦୀର ଅମୃତ ମହୋତ୍ସବ ଅଂଶ ଭାବରେ ସମଗ୍ର ଦେଶର ବୟସ୍କ ଜନତାଙ୍କ ପାଇଁ 75 ଦିନିଆ ମାଗଣା ପ୍ରିକସନ୍ ଡୋଜର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ସମୟ ଆସିବା ପରେ ନିଶ୍ଚିତ ଭାବରେ ପ୍ରିକସନ୍ ଡୋଜ୍ ନିଅନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର 'ସ୍ୱସ୍ଥ ଭାରତ, ନିରାପଦ ଭାରତ' କରିବାକୁ ପ୍ରତିଶ୍ରୁତିବଦ୍ଧ ।
ସୂଚନାଯୋଗ୍ୟ, 18-59 ବର୍ଷ ବୟସର 77 କୋଟି ଜନସଂଖ୍ୟାର 1 ପ୍ରତିଶତରୁ କମ୍ ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି । "ଅଧିକାଂଶ ଭାରତୀୟ ଜନସଂଖ୍ୟା ନଅ ମାସ ପୂର୍ବରୁ ସେମାନଙ୍କର ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଉଭୟ ଡୋଜ୍ ସହିତ ପ୍ରାଥମିକ ଡୋଜ୍ ପରେ ଆଣ୍ଟିବଡି ସ୍ତର ପ୍ରାୟ ଛଅ ମାସ ପରେ କମିଯାଏ । ବୁଷ୍ଟର୍ ଡୋଜ୍ ଦେବା ପରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications