ଆକ୍ସନ ମୁଡ଼ରେ ଭାରତୀୟ ସେନା, ତିନି ଦିନରେ ନିହତ ହେଲେଣି 10 ଆତଙ୍କୀ
ଗତ ତିନି ଦିନ ମଧ୍ୟରେ ସେନା 10 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି, ସେଥିମଧ୍ୟରୁ 7 ଜଣ ଲସ୍କର ଆତଙ୍କବାଦୀ, 3 ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ।
ଶ୍ରୀନଗ : ଜାମ୍ମୁ କାଶ୍ମୀରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏଲକାଣ୍ଟରରେ ଦୁଇ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି । ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ ଗତକାଲି ରାତିରେ ଦୁଇଟି ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଲସ୍କର-ଏ ତୋଏବାର ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର ସୌରା ଶ୍ରୀନଗରରେ ହୋଇଛି ।

ଆତଙ୍କବାଦୀଙ୍କ ନିକଟରୁ ଏକ AK-47 ଏବଂ ପିସ୍ତଲ ଜବତ କରାଯାଇଛି । ଏଥିସହିତ ଅବନ୍ତିପୋରାରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଲସ୍କର -ଏ-ତୋଏବା ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ନିହତ କରିଛନ୍ତି । ଏହି ଆତଙ୍କବାଦୀମାନେ ଟିଭି କଳାକାର ଅମ୍ରିନ୍ ଭଟ୍ଟଙ୍କ ହତ୍ୟା ସହିତ ଜଡିତ ଥିଲେ ।
ଗତ ତିନି ଦିନ ମଧ୍ୟରେ ସେନା 10 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି, ସେଥିମଧ୍ୟରୁ 7 ଜଣ ଲସ୍କର ଆତଙ୍କବାଦୀ, 3 ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ । ବିଜୟ କୁମାର କହିଛନ୍ତି ଯେ ଟିଭି କଳାକାର ଅମ୍ରିନ ଭଟ୍ଟଙ୍କ ନିର୍ମମ ହତ୍ୟା ମାମଲା 24 ଘଣ୍ଟା ମଧ୍ୟରେ ଏହାର ସମାଧାନ ହୋଇଛି ।
ଶ୍ରୀନଗରର ସୌରାରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ଶାକିର ଅହମ୍ମଦ ୱାଜା ଏବଂ ଆଫ୍ରିନ୍ ଆଫତାବ ମଲିକ ବୋଲି ଜଣା ପଡିଛି । ଏହି ଲୋକଙ୍କଠାରୁ ସନ୍ଦେହଜନକ ଜିନିଷ, ଅସ୍ତ୍ରଶସ୍ତ୍ର, ଗୁଳି ଇତ୍ୟାଦି ମିଳିଛି ।
ଆପଣଙ୍କୁ କହି ରଖୁଛୁ କାଶ୍ମୀରୀ ଟିଭି କଳାକାର ଅମ୍ରିନ୍ ଭଟ୍ଟଙ୍କୁ ବଡ଼ଗାଓଁର ଚଦୁରା ଅଞ୍ଚଳରେ କିଛି ଅଜ୍ଞାତ ଆତଙ୍କବାଦୀ ହତ୍ୟା କରିଥିଲେ । ତାଙ୍କର 10 ବର୍ଷର ପୁତୁରା ମଧ୍ୟ ଆହତ ହୋଇଥିଲେ । ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ 10 ବର୍ଷର ପୁତୁରା ହାତରେ ଗୁଳି ବାଜିଛି । ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।












Click it and Unblock the Notifications