For Quick Alerts
Turn On Notification  
For Daily Alerts
Oneindia App Download

ଦିଲ୍ଲୀର ‘ସବଜୀ ମଣ୍ଡି' ଅଞ୍ଚଳରେ ଭୁଷୁଡ଼ିଲା ଚାରି ମହଲା କୋଠା, ଦୁଇ ଶିଶୁଙ୍କ ମୃତ୍ୟୁ

ଦିଲ୍ଲୀର ସବଜୀ ମଣ୍ଡି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ବିଲଡିଂ ଭୁଶୁଡ଼ିବା କାରଣରୁ ସେହି ରାସ୍ତାରେ ଯାଉଥିବା ଦୁଇ ଶିଶୁ ମାଟି ତଳେ ପୋତି ହୋଇଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଯାଉଥିବା ସମୟରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିଲା ।

|

ନୂଆଦିଲ୍ଲୀ : ଦିଲ୍ଲୀର ସବଜୀ ମଣ୍ଡି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ବିଲଡିଂ ଭୁଶୁଡ଼ିବା କାରଣରୁ ସେହି ରାସ୍ତାରେ ଯାଉଥିବା ଦୁଇ ଶିଶୁ ମାଟି ତଳେ ପୋତି ହୋଇଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଯାଉଥିବା ସମୟରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଜଣେ ବ୍ୟକ୍ତିଙ୍କୁ ବିଲ୍ଡିଂ ତଳୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

sabzi mandi

କୁହାଯାଉଛି ଯେ ବିଲଡିଂରେ 4-5 ଜଣ ଲୋକ ଥିଲେ ଯେଉଁମାନେ ଦବି ରହିଥାଇପାରନ୍ତି । ବିଲ୍ଡିଂ ତଳେ କାମ କରୁଥିବା ଶ୍ରମିକମାନେ ମଧ୍ୟ ଫସି ରହିଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଅନେକ ଲୋକ ସେଠାରେ ଦବି ରହିଥିବା ଆଶଙ୍କା ରହିଛି । ଅନେକ ଗାଡି ମଧ୍ୟ ମାଟ ତଳେ ପୋତି ହୋଇଯାଇଛି ।

ଅଗ୍ନିଶମ ବିଭାଗର ପାଞ୍ଚଟି ଗାଡି ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସୂଚନାନୁସାରେ, ସକାଳ ପ୍ରାୟ 11.50 ସମୟରେ କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି । ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସବଜୀ ମାଣ୍ଡି ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ପ୍ରଶାସନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି । ମୁଁ ନିଜେ ପରିସ୍ଥିତି ଉପରେ ନଜର ରଖିଛି । ଏହି ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ NDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଘଟଣାସ୍ଥଳକୁ 8 ଟି ଅଗ୍ନି ଟେଣ୍ଡର ପଠାଯାଇଛି । କିନ୍ତୁ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଭାରୀ ଯାନ ଭିତରକୁ ଯାଇପାରୁ ନାହିଁ । ଜଣେ ବ୍ୟକ୍ତିଙ୍କୁ ମାଟି ତଳୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ।

ଦିଲ୍ଲୀ ସେଣ୍ଟ୍ରାଲ ରେଞ୍ଜର ଜଏଣ୍ଟ ପୋଲିସ କମିଶନର, ଏନସି ବୁନ୍ଦେଲା କହିଛନ୍ତି ଯେ ସ୍ଥାନୀୟ ପୋଲିସ, ଏମସିଡି, ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ବିଲ୍ଡିଂର ମାଟି ତଳେ କେତେ ଲୋକ ପୋତି ହୋଇଛନ୍ତି ତାହା ଆକଳନ କରିବାକୁ ଆମ ପାଇଁ ସମୟ ଲାଗିବ । ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Four Storey Building Collapsed In Delhi, Two Children Dead
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X