ଦିଲ୍ଲୀ ଏବଂ ରାଜସ୍ଥାନରେ ଚିହ୍ନଟ ହେଲେ ଓମିକ୍ରନ୍ ର 4-4 ନୂଆ ରୋଗୀ, ମୋଟ ସଂକ୍ରମିତଙ୍କ ସଂଖ୍ୟା 49 କୁ ବୃଦ୍ଧି

ରବିବାର ଦିନ ଦିଲ୍ଲୀ ଏବଂ ରାଜସ୍ଥାନରେ 4-4 ଟି ଲେଖାଏଁ ନୂଆ ମାମଲା ଚିହ୍ନଟ ହୋଇଛି । ଯେଉଁଥିପାଇଁ ବର୍ତ୍ତମାନ ରାଜ୍ୟ ସରକାର ପୂର୍ବ ଅପେକ୍ଷା ଅଧିକ ସତର୍କ ମୋଡରେ ଆସିଛନ୍ତି ।

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ 'ଓମିକ୍ରନ୍'ର ଆତଙ୍କ ବଢିବାରେ ଲାଗିଛି । ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ଏହି ବିପଜ୍ଜନକ 'ଓମିକ୍ରନ୍'ର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ରବିବାର ଦିନ ଦିଲ୍ଲୀ ଏବଂ ରାଜସ୍ଥାନରେ 4-4 ଟି ଲେଖାଏଁ ନୂଆ ମାମଲା ଚିହ୍ନଟ ହୋଇଛି । ଯେଉଁଥିପାଇଁ ବର୍ତ୍ତମାନ ରାଜ୍ୟ ସରକାର ପୂର୍ବ ଅପେକ୍ଷା ଅଧିକ ସତର୍କ ମୋଡରେ ଆସିଛନ୍ତି । ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 49 କୁ ବୃଦ୍ଧି ପାଇଛି ।

omicron

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ନୂଆ ମାମଲା ବିଷୟରେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର 6 ଜଣ ଲୋକ ଓମିକ୍ରନ୍ ଭାରିଆଣ୍ଟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ସାରିଛନ୍ତି । ଓମିକ୍ରନ୍ ର ସମସ୍ତ ମାମଲା ବିଦେଶରୁ ଆସିଥିବା ଲୋକଙ୍କଠାରେ ଦେଖିବାକୁ ମିଳିଛି, ସମସ୍ତ ମାମଲା ସ୍ଥିର ଅଛି । ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଏହା ମଧ୍ୟ କୁହାଯାଇଛି ଯେ ବର୍ତ୍ତମାନ 35 ଜଣ କୋଭିଡ ରୋଗୀ ଏବଂ 3 ଟି ସନ୍ଦିଗ୍ଧ ମାମଲା LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ଓମିକ୍ରନର ନୂତନ ମାମଲାଗୁଡ଼ିକ ବିଷୟରେ ସୂଚନା ଦେଉଥିବାବେଳେ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ପର୍ସାଦୀ ଲାଲ ମୀନା କହିଛନ୍ତି ଯେ କରୋନା ଓମିକ୍ରନ୍ ଭାରିଆଣ୍ଟର ଆଉ ଚାରିଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାଜ୍ୟର ସମସ୍ତ ପୂର୍ବ ଓମିକ୍ରନ୍ ମାମଲା ବର୍ତ୍ତମାନ COVID ନକାରାତ୍ମକ ଚିହନଟ ହୋଇଛନ୍ତି । ବର୍ତ୍ତମାନ ରାଜସ୍ଥାନରେ 13 ଟି ସକ୍ରିୟ ମାମଲା ରହିଛି । ଏଥି ସହିତ ସଂକ୍ରମିତ ଦୃଷ୍ଟିରୁ ମହାରାଷ୍ଟ୍ର ପରେ ରାଜସ୍ଥାନ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟ ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+